ଦୁର୍ଲଭ ବ୍ରହ୍ମକମଳ ଫୁଲ ଦେଖିବାକୁ ଲୋକଙ୍କ ଭିଡ

Straight to the Point
କଟକ  : ଜଗତପୁର ଆଇବି ରୋଡ୍  ଲକ୍ଷ୍ମୀବିହାର ସ୍ଥିତ ଅନାଦି ଚରଣ ନାୟକଙ୍କ ବଗିଚାରେ ଦୁର୍ଲଭ ବ୍ରହ୍ମକମଳ ଫୁଲ ଫୁଟିଛି । ଦୀର୍ଘବର୍ଷ ପରେ ଏହି ଫୁଲ ତାଙ୍କ ବଗିଚାରେ ଫୁଟିଥିବାରୁ ଏହି ଦୁର୍ଲଭ ଫୁଲକୁ ଦେଖିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରୁ ଲୋକମାନଙ୍କ ଅନାଦି ନାୟକଙ୍କ ବାସଭବନରେ ଭିଡ ଦେଖିବାକୁ ମିଳିଥିଲା । କୁହାଯାଇଛି ଯେ ସ୍ୱୟଂ ବ୍ରହ୍ମାଙ୍କ ନାଭିରୁ ଏହି ଦୁର୍ଲଭ ଫୁଲ ସୃଷ୍ଟି ହୋଇଛି ତେଣୁ ଏହି ଦୁର୍ଲଭ ଫୁଲର ଦର୍ଶନ କଲେ ମହାପାତକରୁ ମୁକ୍ତି ମିଳେ ବୋଲି । ଅନେକଙ୍କ ମତରେ ଏହା ହେଉଛି ଜଗତର ନାଥ ଜଗନ୍ନାଥଙ୍କ ଅତି ପ୍ରିୟ ଫୁଲ । ଏହି ଦୁର୍ଲଭ ଫୁଲ ଅନାଦି ମଉସାଙ୍କ ବଗିଚାରେ ଫୁଟିଥିବାରୁ ତାଙ୍କ ପରିବାର ପାଇଁ ସୌଭାଗ୍ଯ ଏବଂ ଜଗନ୍ନାଥଙ୍କ ତାଙ୍କ ପରିବାର ପ୍ରତି ଆଶୀର୍ବାଦ ବୋଲି ସେ କହିଛନ୍ତି ।
error: Thank You Keep Visiting