ତାଳଚେର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

Straight to the Point

ତାଳଚେର : ତାଳଚେର ଓକିଲ ସଂଘର ସମସ୍ତ ସଦସ୍ୟ, ସଦସ୍ୟାମାନେ ହାଇକୋର୍ଟ ବାର ଆସୋସିଏସନ କଟକଙ୍କର ଦେଇଥିବା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇ ଗତ ୨୯/୧୦/୨୦୧୮ ଦିବା ୧୦ ଘଣ୍ଟା ସର୍ମରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରୋତ୍ସାହନରେ କୋର୍ଟ କାର୍ଯ୍ୟ ଚଳାଯିବାର ଚେଷ୍ଟାକୁ ଓକିଲ ସଂଘର ସମସ୍ତ ସଦସ୍ୟ ନାପସନ୍ଦ ଓ ନିନ୍ଦା କରି ସର୍ବ ସମ୍ମତକ୍ରମେ କୋର୍ଟ ପରିସରରେ ଓକିଲଙ୍କ ଏକତାକୁ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଲୋଗାନ ମାନ ଦେଇ କୋର୍ଟର ସମସ୍ତ ଅଧିକାରୀ ମାନଙ୍କୁ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ବାରଣ କରିଥିଲେ । ଏବଂ ସମସ୍ତ କୋର୍ଟର ମୁଖ୍ୟ ଦ୍ୱାରରେ ତାଲା ପକାଇ ଆନ୍ଦୋଳନକୁ ତିବ୍ରତର କରାଯାଇଥିଲା ।

କଟକ ହାଇକୋର୍ଟ ବାର ଆସୋସିଏସନର ଆଗାମୀ ଦିନରେ କାର୍ଯ୍ୟ ପନ୍ଥାକୁ ଲକ୍ଷ୍ୟ କରି ଆନ୍ଦୋଳନର ରୂପରେଖ ଆଗାମୀ ଦିନରେ ନିର୍ଣ୍ଣୟ କରାଯିବାର ନିଷ୍ପତି ନିଆଯାଇଛି । ଏଥିରେ ତାଳଚେର ଓକିଲ ସଂଘର ସଭାପତି ଶ୍ରୀ ଦୟା ସାଗର ମିଶ୍ର, ଉପସଭାପତି ସୌଳେନ୍ଦ୍ର ସିଂହ, ସାଧାରଣ ସଂପାଦକ ବିରଞ୍ôଚ ନାରାୟଣ ପ୍ରଧାନ, ସହ ସଂପାଦକ ହେମନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ସର୍ବେଶ୍ୱର ନାଏକ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗଲା, ସେମିନାର ସଂପାଦକ ମହମ୍ମଦ ଇକ୍ବାଲ, ଅଡିଟର ମନୋଜ କୁମାର ଲାଲ ଏବଂ ସଂଘର ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ଯଦୁମଣି ସାହୁ, ଛବି କୁମାର ସାହୁ, ଅନୁପ ସେନଗୁପ୍ତା, ସମ୍ମୁନାଥ ବେହେରା, ଅଜିତ୍ ସିଂହ, ପ୍ରକାଶ ସାହୁ, ପେସ୍କାର ଗଡନାୟକ, ବିଦ୍ୟାଧର ସେଠୀ, ପ୍ରଭାସିନୀ ଆଚାର୍ଯ୍ୟ, ମାନସ ରଞ୍ଜନ ଶତପଥୀ, ଯଶୋବନ୍ତ ବଳବନ୍ତ ନନ୍ଦ, ଭଗବାନ ଓଝା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

error: Thank You Keep Visiting