ଦାୟୀତ୍ୱହୀନତା ଯୋଗୁଁ ଲିଙ୍ଗରାଜ କୋଇଲା ଖଣିରେ ୧ମୃତ,୨ଗୁରୁତର

Straight to the Point

ତାଳଚେର: ଲିଙ୍ଗରାଜ କୋଇଲା ଖଣିର ଏକ ବିଦ୍ୟୁତ୍ ଖୁଣ୍ଟରେ ୩ ଜଣ ଶ୍ରମିକ କାର୍ଯ୍ୟରତ ଥିବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଅଛି । କାର୍ଯ୍ୟ କରୁଥିବା ସମୟରେ ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ଉତ୍ତେଜନା ଦେଖାଦେଇଥିଲା ।

ମୃତ ବ୍ୟକ୍ତିଙ୍କ ନାମ ଭଗବାନ ନାୟକ(୪୫) । ତାଙ୍କର ପ୍ରକୃତ ଘର କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କାଣ୍ଟୋ ଗ୍ରାମରେ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ହେବ ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରହୁଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ତାଳଚେର ବିଧାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ମିଳିବା ନେଇ ଆଲୋଚନା ଚଳାଇଛନ୍ତି । ତେବେ ଏଭଳି ଦାୟୀତ୍ୱହୀନତା ଯୋଗୁଁ ବାରମ୍ବାର ଜୀବନ ହାନୀ ଘଟଣା ଘଟିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

error: Thank You Keep Visiting