ବିଜେପି ନେତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବିକଲା ବିଜୁ ଯୁବ ବାହିନୀ

An Independent Media

କଣିହାଁ: ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଲଲହଡା ବ୍ଲକରେ ୧୭୪୫ ଜଣ ବିଜୁ ଯୁବ ବାହିନୀ ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତରେ ୧୪୯୮ ଜଣ ବିଜୁ ଯୁବ ବାହିନୀ ଅଛନ୍ତି । ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ ଓ ସରକାରଙ୍କ ଯୋଜନା ଗୁଡିକ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ଲୋକଙ୍କ ପାଖକୁ ନେଇ ଯାଉଛନ୍ତି । ବିଜେଡି ଦଳର ସଂଗଠନ ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ଗତ ୩୦/୧୦/୧୮ ରିଖ ଦିନ ବିଜେପି ତରଫରୁ ୧୨ ଘଟିକା ସମୟରେ କଣିହାଁ ବ୍ଲକ କାର୍ଯ୍ୟାଳୟ ଘେରଉ ଥିଲା ।

ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ଓ ଅଶୋକ ମହାନ୍ତି, ରାଜ୍ୟ ସରକାରଙ୍କର ସ୍ୱୀକୃତି ପ୍ରାପ୍ତ ବିଜୁ ଯୁବ ବାହିନୀକୁ ଗୁଣ୍ଡା ଓ କଦର୍ଯ୍ୟ ଭାଷାରେ ଗାଳି କଲେ । ବିଜୁ ଯୁବ ବାହିନୀର ନେତା ଅମରନାଥ ସାହୁ ଓ ବିକାଶ ପ୍ରଧାନଙ୍କ ନେତୃତ୍ୱରେ ବିଡିଓଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଜଣାଇଛନ୍ତି । ବିଜେଡ଼ି ନେତାଙ୍କ ମନ୍ତବ୍ୟକୁ ନିନ୍ଦା ପ୍ରସ୍ତାବ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

error: Thank You Keep Visiting