ଜଗତସିଂହପୁର ବ୍ଲକ ସମ୍ମୁଖରେ ଗର୍ଜିଲା ବିଜେପି

An Independent Media

ଜଗତସିଂହପୁର: ରାଜ୍ୟ ଭାରତୀୟ ଜନତା ପାର୍ଟିର ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନିତି, ଭ୍ରଷ୍ଟା·ରକୁ ନେଇ ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଗର୍ଜିଥିଲେ । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଶାରଦା ମଣ୍ଡପଠାରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜଗତସିଂହପୁର ବ୍ଲକରେ ପହଞ୍ଚିଥିଲା । ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ବାଇଧର ମଲ୍ଲିକ ବିଜେଡି ଶାସନର ବିଭିନ୍ନ ଦୁର୍ନିତୀ ବିଷୟରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ ।

ଜଗତସିଂହପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିସି କାରବାର, ଲାଞ୍ଚନେବା ବନ୍ଦ କର, ଗରୀବ ହିତାଧିକାରୀମାନଙ୍କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ, ପଲ୍ଲୀସଭା ନଡାକିବା, ସ୍କୁଲରେ ଶିକ୍ଷକ କିମ୍ବା ଡାକ୍ତରଖାନାରେ ଡାକ୍ତର ନାହିଁ, ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ବଣ୍ଟନରେ ଅନିୟମିତତା, ଗ୍ରାମକୁ ରାସ୍ତା ନାହିଁ, ପିଇବା ପାଣି ନାହିଁ, ବିଜୁ ବାହିନୀ କଣ ପାଇଁ ପ୍ରତିଶୃତି ଦେଇ ନିଯୁକ୍ତି ନଦେଇ ଠକିବା ଇତ୍ୟାଦି ବିଜେଡି ଶାସନରେ ଦୁର୍ନିତି, ଭ୍ରଷ୍ଟା·ର ଓ ପ୍ରିୟାପ୍ରତି ପୋଷଣତାରେ ବିରୋଧରେ ଆଜି ଜଗତସିଂହପୁର ବ୍ଲକରେ ଗର୍ଜିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳ, ସୌଭାଗ୍ୟ ମହାନ୍ତି, ଅକ୍ଷୟ ପାତ୍ର, କ୍ରୀଷ୍ଣା ମହାନ୍ତି, ଜଗନ୍ନାଥ ଦାଶ,ବିନୋଦ ମହାନ୍ତି, ଶିଶିର ପାତ୍ର, ରଂଜିତ୍ ମହାନ୍ତି, ରାଜନାରାୟଣ ସାହୁ, ସମିର ନାୟକ, ସମ୍ବିତ୍ ବେଉରା ପ୍ରମୁଖ ଶତାଧିକ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ ।

error: Thank You Keep Visiting