ମାଲ୍ ବୋଝାଇ ଟ୍ରକ ଓଲଟି ଚାଳକ ଗୁରୁତର

An Independent Media

ଯାଜପୁର: ଯାଜପୁର ବରୁହାଁ ରାସ୍ତାର ବୁଢା ପୋଲ ନିକଟରେ ଏକ ଟ୍ରକ ଭାରସ୍ୟାମ ହରାଇ ରାସ୍ତା ପାଶ୍ୱର୍ରେ ଓଲଟି ପଡିଛି । ଚିପ୍ସି ବୋଝାଇ କରି ଏକ ଟ୍ରକ ଯାହାର ନମ୍ବର ଓ. ଆର ୦୪ ଜେ ୮୮୫୫ ଯାଜପୁର ଅଭିମୁଖେ ଆସୁଥିବା ବେଳେ ଚାଳକ ଜଣକ ରାସ୍ତା ପାଶ୍ୱର୍ ଦୋକାନ ଆଡକୁ ମାଡିଆସିବା ବେଳେ ହଠାତ୍ ଭାରସ୍ୟାମ ହରାଇ ସମ୍ପୃର୍ଣ୍ଣ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ଚାଳକ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଚାଳକ ଜଣକ ଚଇନପୁର ଗ୍ରାମର ଦିଲୀପ ମିଶ୍ର ବୋଲି ଜଣାପଡିଛି । ତେବେ ସେଠାକାର ଲୋକମାନେ ସୂଚନା ଦିଅନ୍ତି ଯେ ନିଶା ଶକ୍ତ ଚାଳକ ଜଣକ ଏପ୍ରକାର ଘଟଣା ଘଟାଇଥିବା କୁହାଯାଉଛି । ଯାଜପୁର ସଦର ଥାନାଅଧିକାରୀ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।

error: Thank You Keep Visiting