କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତକୁ ବିରୋଧ,ପାରାଦୀପ ବିଜେଡିର ଜାତୀୟ ରାଜପଥ ଅବରୋଧ

An Independent Media

ପାରାଦୀପ: ଜାତୀୟ ରାଜପଥ ମରଣଯନ୍ତ୍ରା ପାଲଟିଯାଇଥିବାରୁ ରାସ୍ତାର ଉଭୟ ପାଶ୍ୱର୍କୁ ପାରାଦୀପ ବିଜୁ ଜନତା ଦଳ ତରଫରୁ ଅବରୋଧ କରାଯାଇଥିଲା । ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ପାରିଷଦ ବୃନ୍ଦଙ୍କ ସମେତ କର୍ମୀମାନେ ଏହି ଅବରୋଧରେ ସାମିଲି ହୋଇଥିଲେ । କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ଏଲ୍ ମାଣ୍ଡଭିୟାଙ୍କ ପାରଦୀପ ଗ୍ରସ୍ତକୁ ତିବ୍ର ବିରୋଧ କରି ରାସ୍ତା ଅବରୋଧ କରାଯାଇଥିବା ଜଣାଯାଇଛି । ପାରଦୀପରୁ ଲମ୍ବିଥିବା ୫ ଜାତିୟ ରାଜପଥ କ ର ଅବସ୍ଥା ଏଭଳି ସ୍ତରକୁ ଖସି ଆସିଛି ଯାହାକୁ ଦେଖିଲେ ଅନ୍ଧ ବା କଣା କହି ପାରିବ ।

ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ଘଟି ନିରହ ଜୀବନ ଅକାଳରେ ଝଡିପଡୁଥିବା ବେଳେ ଜୁରୁରୀ କାମରେ ଏହି ରାସ୍ତାରେ ଜିବା ବଡ ମୁସ୍କୁଲି ହୋଇପଡୁଛି । ତୁରନ୍ତ ଏହି ରାସ୍ତାର ମରାମତି ଯଦି କରାନଯାଏ ତେବେ ଏହି ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ରୋକ୍ ଠୋକ୍ କହିଥିଲେ । ଏନେଇ ବିଜେଡି ପକ୍ଷରୁ ସେପ୍ଟେମ୍ବର ୧୫ତାରିଖରେ ଜାତିୟ ରାଜପଥ କର୍ତ୍ତୃପକ୍ଷ ଓ ପରିବହନ ମନ୍ତ୍ରଣାଳୟକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏଥିପ୍ରତି ସମ୍ପୁଣ୍ଣ ଆଖି ବୁଝି ଦେଇଛନ୍ତି । ବିଜୟଚନ୍ଦ୍ରପୁରର ନାଗରିକ ମଞ୍ଚର ସଭାପତି ପ୍ରଭାତ ନନ୍ଦୀ, ଆଖି କାନ ବନ୍ଦ କରି ଖଣ୍ଡା ବୁଲାଇଲା ଭଳି କେନ୍ଦ୍ର ସରକାରଙ୍କ ଉପରେ ଅତରିକ୍ତ ବର୍ଷିଥିଲେ । ଏପରିକି ରାସ୍ତାର ଉଭୟ ପାଶ୍ୱର୍ ଦୀର୍ଘ ସମୟ ଧରି ଯାନବାହନ ଯାତାୟତ ପୂରା ଠପ ହୋଇଯାଇଥିଲା ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାରଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର ଦୁଇ ପ୍ଳାଟୁନ ପୋଲିସ ମୃତୟନ କରିବା ସହ ତୀର୍ଷ୍ଣ ଦୃଷ୍ଟି ରଖିଥିଲେ । ସେହିପରି ପୌରପାଳିକାର ଉପାଧ୍ୟକ୍ଷା ପ୍ରଭାତି ନାୟକ ରାସ୍ତାର ଅବସ୍ଥାକୁ ଦେଖି ନିଜର ଅନୁଭୁତି ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ଘୋର ନିନ୍ଦା କରିଥିଲେ । ଏହି ପରିପ୍ରେକ୍ଷିରେ ବିଜୟଚନ୍ଦ୍ରପୁର ନାଗରିକ ମଞ୍ଚ ତରଫରୁ ତହସିଲଦାର କୁଜଙ୍ଗଙ୍କୁ ଏକ ସ୍ମାରକପତ୍ର ପରିଷଦ ତରଫରୁ ପ୍ରଭାତ କୁମାର ନନ୍ଦୀ, ସୌମ୍ୟରଞ୍ଜନ କାନୁଗୋ, ଅନୁମେଶ ଚୌଧୁରୀ ଓ ସବିତା ମାହାପାତ୍ର ପ୍ରମୁଖ ପ୍ରଦାନ କରିଥିଲେ । ସମସ୍ତ ବକ୍ତାମାନେ ନିଜ ଅଭିଭାଷଣରେ କେନ୍ଦ୍ରସରକାରଙ୍କ ଉପରେ ନାହିଁ ନଥିବା କଟୁ ସମାଲେଚନା କରିବା ସହ ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ଦାବି କରିଥିଲେ । ଯଦି ଏଥିରେ ଖିଲାପ କରାଯାଏ ତେବେ ଆଗକୁ ଏହି ଆନ୍ଦୋଳନ ବିରାଟ ରୂପ ନେବ ବୋଲି ସମସ୍ତ ବକ୍ତମାନେ କହିଥିଲେ । ୧୫ନଂ ୱାର୍ଡର ପାରିଷଦ ମାନସ ବିଶ୍ୱାଳ କେନ୍ଦ୍ର ସରକାରଙ୍କ ଅସଲ ପେଡି ଖୋଲିବା ସହ ଅତରିକ୍ତ ବର୍ଷିଥିଲେ ।

error: Thank You Keep Visiting