ତେନ୍ତୁଲିପଦାରେ ମା ଗଜଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଇପଦା ପ୍ରଥମ ମୁଣ୍ଡରେ ଥିବା ବ୍ୟାସଦେବ ମନ୍ଦିର ସମ୍ମୁଖରେ ୩ ବର୍ଷ ଧରି ତେନ୍ତୁଲିପଦା ଯୁବକ ସଂଘ ତରଫରୁ ମା ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । ପବିତ୍ର କୁମାର ପୂର୍ଣ୍ଣିମା ଠାରୁ ଏହି ପୂଜା ଆରମ୍ଭ ହୋଇ ଗତକାଲି ଭଷାଣି ଉତ୍ସବ କରାଯାଇଥିଲା । ସୁସଜ୍ଜିତ ବିମାନରେ ମା ଗଜଲକ୍ଷ୍ମୀଙ୍କ ମୃମଣୟ ମୃତ୍ତିକୁ ନିଆଯାଇ ବାଜାବାଣ ରୋଷଣୀରେ ସାରଳାରୋଡ଼, ଦଣ୍ଡାସାହି, ବନ୍ଧମୁଣ୍ଡା, ମୁନିଗୋସେଇଁ ମଠ, କୂଳସାହି, ତ୍ରିନାଥ ବଜାର ଓ ତେନ୍ତୁଲିପଦା ଗ୍ରାମ ପରିକ୍ରମା କରାଯାଇ ପୂରାଣ ପ୍ରସିଦ୍ଧ ବୃଦ୍ଧାନଦୀରେ ମାଙ୍କୁ ବିଷର୍ଜନ କରାଯାଇଥିଲା ।

ଏଥିରେ ସର୍ବେଶ୍ୱର ବେହେରା, ବିଶ୍ୱଜିତ୍ ପରିଜା, ଗୁଟୁ ପରିଜା, ସୋମ୍ୟ ରଞ୍ଜନ ପରିଜା, ସନ୍ତୋଷ କୁମାର ବାରିକ୍, ମନୋରଞ୍ଜନ ମାଝି, ଲକି ଗୋଛାୟତ, ଆଦିତ୍ୟ ବେହେରା, ତାପସ ବାରିକ୍, ବିଶ୍ୱରଞ୍ଜନ ବେହେରା, ବବୁଲ ଗୋଛାୟତ, ସମ୍ବିତ ସାହୁ, ରାଜେଶ ମୁଦୁଲି, ଶୁକାନ୍ତ କୁମାର ବେହେରା, କାହ୍ନା ଓଝା, ରୂପଶ୍ରୀ ମହାପାତ୍ର, ହରେକୃଷ୍ଣ ଦାସ, ସୂର୍ଯ୍ୟକାନ୍ତ ପରିଜା, ସିପୁନ ଦାସ, ସ୍ମୃତି ରଞ୍ଜନ ଓଝାଙ୍କ ସମେତ ତେନ୍ତୁଲିପଦା ଗ୍ରାମବାସୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

error: Thank You Keep Visiting