ବଡଚଣା ନିର୍ବାଚନ ମଣ୍ଡଳୀରେ ଅମର ନାୟକ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

An Independent Media

ବଡଚଣା (ତୁଷାର ରଂଜନ ସାହୁ) ବଡଚଣା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଓ କୁଶାସନ ଲୋକଙ୍କୁ ଅତିଷ୍ଠ କରୁଛି । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଦଳର ଛାମୁଆ କର୍ମୀ ଓ ନେତା ହରିଲୁଟ୍ କରୁଛନ୍ତି । ବିଜେଡିର ସ୍ୱଚ୍ଛ ଶାସନ ସଂପୂର୍ଣ୍ଣ ପ୍ରହସନ ପାଲଟିବା ସହିତ ଲୋକଙ୍କୁ ଅଣନିଶ୍ୱାସୀ କରିଛି ବୋଲି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପିର ନେତା ଅମର ନାୟକ ମତବ୍ୟକ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ବାଲିଚନ୍ଦ୍ରପୁର ବଜାରରେ ଶତାଧିକ ସମର୍ଥକଙ୍କ ସହ ଅମର ନାୟକ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

ସ୍ଥାନୀୟ ଜନ ପ୍ରତିନିଧିମାନେ ମୋଦି ସରକାରଙ୍କ ଲୋକପ୍ରିୟତା ବଢିଯିବ ଭାବି ହୀନ ରାଜନୀତି ଦୃଷ୍ଟିରୁ ରାସ୍ତା ପାଶ୍ୱ ସଫେଇକୁ ଗୁରୁତ୍ୱ ଦେଉନଥିବା ଏପରିକି ଲୋକଙ୍କୁ ସଚେତନ କରାଉନଥିବା ଦୁଃଖଦାୟକ ବୋଲି ଶ୍ରୀ ନାୟକ କହିଛନ୍ତି । ସ୍ୱଚ୍ଛତା କୈାଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଜନସାଧାରଣଙ୍କ ପାଇଁ ଓ ଜନସାଧାରଣଙ୍କ ଦ୍ୱାରା ଏକ ଜନଚେତନା ଓ ଜନଆନ୍ଦୋଳନ ବୋଲି ପ୍ରକାଶ କରିଥିଲେ । ବିଜେପି ଦଳ ପକ୍ଷରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜନସଚେତନତାର ଏକ ଆନ୍ଦୋଳନ ଭାବେ ଜନସହଭାଗୀତା ଦ୍ୱାରା ସ୍ୱଚ୍ଛାଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖିଛି । ଯୁବନେତା ଅମର ନାୟକଙ୍କ ଏହି ସଚେତନତା କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇ ବହୁ ସ୍ଥାନୀୟ ଲୋକେ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା ।

error: Thank You Keep Visiting