ଜଗତସିଂହପୁର ଡାକବିଭାଗ ପକ୍ଷରୁ ଦୁର୍ନିତି ନିବାରଣ ସପ୍ତାହ ପାଳନ

An Independent Media

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟଡାକଘର ପରିସରରେ ଦୁର୍ନିତି ନିବାରଣ ସପ୍ତାହ ପାଳନ କରାଯାଇଥିଲା । କଟକ ଦକ୍ଷିଣ ମଣ୍ଡଳର ଡାକ ଅଧିକ୍ଷକ କୃଷ୍ଣଚନ୍ଦ୍ର ଚିନ୍ନାରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ କଟକ ଦକ୍ଷିଣ ମଣ୍ଡଳର ସହକାରୀ ଅଧିକ୍ଷକପରମାନନ୍ଦ କଣ୍ଠ, ଜଗତସିଂହପୁର ଉପମଣ୍ଡଳରେ ନୂତନଭାବେ ଯୋଗଦେଇଥିବା ସହକାରୀ ଅଧିକ୍ଷକ ଗୋପବନ୍ଧୁ ସାହୁ, ରାଜୀବ ଦାସ, ଜିଲ୍ଲା ପ୍ରଧାନ ଡାକଘରର ମୂଖ୍ୟଡାକପାଳ ସଂଘମିତ୍ରା ମହାପାତ୍ର ଯୋଗଦେଇ କେୱାସି (ନୋୟୋର କଷ୍ଟମର) ଏଏମ୍ଲ (ଆଣ୍ଟି ମନି ଲଣ୍ଟରିଙ୍ଗ)ଓ ସିଏଫଟି (କମ୍ବାଟିଙ୍ଗ ଫାଇନାନ୍ସିଂଙ୍ଗ ଅଫ ଟେରଜିମ୍)ଉପରେ ଆଲୋଚନା କରାଯାଇଥିଲା । ସହକାରୀ ଡାକପାଳବିକାଶ ପରିଡା କୋର ସିଷ୍ଟମ ଇଣ୍ଟିଗ୍ରେଟର ଓ ରୁରାଲ ଇନଫର୍ମସନ୍ ଆଣ୍ଟ କମ୍ୟୁନିକେସନ ଟେକ୍ନୋଲୋଜି ଉପରେ ସମସ୍ତ ଡାକ କର୍ମ·ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବକ୍ୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଅଂଶଗ୍ରହଣ କରିଥିବା କୃତି ଛଛାତ୍ରଛାତ୍ରୀ ମାନଙ୍କୁ ଡାକ ଅଧିକ୍ଷକ ପୁରସ୍କୃତ କରିଥିଲେ ।

error: Thank You Keep Visiting