ଆମ ପ୍ରତିଭା ଆମ ପରିଚୟ ସଂଗଠନର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

An Independent Media

ତାଳଚେର: ତାଳଚେରର ଅଗ୍ରଣୀ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ସଂଗଠନର ସ୍ଥାୟୀ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଏହି ନୂତନ ଗୃହକୁ ସଂଗଠନର ପ୍ରତିଷ୍ଠାତା ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଉଦ୍ଘାଟନ କରିଥିଲେ । ଆୟୋଜିତ ବୈଠକରେ ଆଗାମୀ ଦିନରେ ନୂତନ ସଭ୍ୟ ସଂଗ୍ରହକୁ ଗୁରୁତ୍ୱ ଦେବା ସହ ସଂଗଠନ ପକ୍ଷରୁ ସମାଜ କଲ୍ୟାଣ ଓ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଅନ୍ୱେଷଣ କରି ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରାଯିବାକୁ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ଏହି ଅବସରରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଏଥିରେ ସଭାପତି ଭାବେ ଇଂ ରମେଶ ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ସମରକେଶରୀ ସାହୁ, ସାଧାରଣ ସମ୍ପାଦକ ଭାବେ ଡକ୍ଟର ନିମାଇଁ ଚରଣ ପ୍ରଧାନ, ସମ୍ପାଦକ ଭାବେ ଇଂ ମନୋଜ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଇଂ ସଞ୍ଜୟ କୁମାର ସାହୁ, ଉପସଭାପତି ଭାବେ ଆଇନ୍ଜୀବୀ ନିର୍ମଳ ତ୍ରିପାଠୀ, ସୁନୀଲ ପ୍ରଧାନ, ସନ୍ତୋଷ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଶାନ୍ତ ଶତପଥୀ, ବାସୁଦେବ ପ୍ରଧାନ, କୁଶବିହାରୀ ସାମଲ, ଅଡିଟର ଭାବେ ଗଦାଧର ସାମଲ, ମିଡିଆ ସେଲ୍ର ତପନ କୁମାର ମହାରଣା ଓ ପ୍ରକାଶ ସାହୁଙ୍କୁ ମନୋନୀତ କରାଯାଇଛି ।

ଏହି ବୈଠକରେ ସମରକେଶରୀ ସାହୁ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ବିଧାୟକ ମହେଶ ସାହୁ ଯୋଗଦେଇଥିଲେ । ତପନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ପ୍ରଭାକର ମହାନ୍ତି, ଅଧ୍ୟାପକ ସରୋଜ ପ୍ରଧାନ, ପବିତ୍ର ନଗର କଲେଜର ଅଧ୍ୟକ୍ଷ ଧନେଶ୍ୱର ବେଜ, ଅନୁକୂଳ ଆଚାର୍ଯ୍ୟ, ଶୀତିକାନ୍ତ ବାରିକ, ରଣଜିତ୍ ରାଓ, ରୋହିତ ବେହେରା, ଅଜୟ ଦାସ, କଳାକାର ସିଂହ, ସୁକାନ୍ତି ରାୟ, ନିର୍ମଳ ସାହୁ, କ୍ଷୀରସିନ୍ଧୁ ସେଠୀ, ସୁଶାନ୍ତ ଶତପଥୀ, ଲୁଲୁ ରଥ, ବ୍ରହ୍ମାନନ୍ଦ ପ୍ରଧାନ, ପୂର୍ଣ୍ଣ ପ୍ରଧାନ, ପ୍ୟାରିମୋହନ ସେଠ, ଦୁର୍ଯ୍ୟୋଧନ ସ୍ୱାଇଁ ଓ କବୀର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting