ଆଲୋକର ପର୍ବକୁ ଖୁସୀରେ ପାଳନ କଲେ ଜିଲ୍ଲାବାସୀ

An Independent Media

ଅନୁଗୋଳ : ଅନୁଗୋଳ ଜିଲ୍ଲା ଏକ ଶିଳ୍ପାଞ୍ଚଳ । ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀ ଜିଲ୍ଲା ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର, ଶିଳ୍ପାଞ୍ଚଳ, ପ୍ରଶାସନ ଅଧିକାରୀଙ୍କ କ୍ୱାଟର, ବ୍ୟବସାୟୀକ ଅନୁଷ୍ଠାନ, ସମସ୍ତେ ଖୁସିରେ ପାଳନ କରିଛନ୍ତି । ଅନ୍ୟ ଜାଗାରେ କିଛି ଅଘଟଣ ଘଟିଥିଲା । ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇଥିଲା । ପ୍ରତ୍ୟେକ ରାଜନେତା, ଶ୍ରମିକ ସଂଗଠନ, ସାମ୍ବାଦିକ, ପୋଲିସ୍ , କୋଇଲା ଖଣିର ଅଧିକାରୀ, ଜିଲ୍ଲାରେ ଥିବା ବଡ ବଡ ବ୍ୟବସାୟୀ ଦୋକାନ ସମସ୍ତେ ନିଜ ନିଜ ପରିବାର ସହିତ ଏବଂ ସହକର୍ମୀଙ୍କ ସହିତ ପାଳନ କରି ମିଷ୍ଠାନ୍ନ ବଣ୍ଟନ କରିଥିଲେ ।

ଦେଉଳବେଡା କୋଲିୟରୀ ଦୁର୍ଗା ମଣ୍ଡପ, ତାଳଚେର ରେଲୱେଷ୍ଟେସନ, ଏନ୍ଟିପିସି, ହାଣ୍ଡିଧୂଆ, ଅନୁଗୋଳ ସହର, ନାଲକୋ, ଜିନ୍ଦଲ ଓ ନନ୍ଦିରା କୋଇଲା ଖଣି ପୂଜା ମଣ୍ଡପରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଛି ଏବଂ ନନ୍ଦିରା କୋଇଲା ଖଣିରେ ବହୁ ଧୁମ୍ଧାମ୍ରେ ମା କାଳୀ ପୂଜା ଅନୁଷ୍ଠିତ ହୁଏ । ଭଲ ସାଜସଜା ସହିତ ଯାତ୍ରା ଏବଂ ମୀନା ବଜାରର ମଧ୍ୟ ଆୟୋଜନ ହୋଇଥାଏ ।

error: Thank You Keep Visiting