ଯୁବକଙ୍କୁ ଦଳିଦେଲା ଯଶୋଦା

An Independent Media

ବନ୍ତଳା : ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ “ସୁନ୍ଦରୀ’ କୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦା ଆକ୍ରମଣରେ ପୁରୁଣାକୋଟ ଗ୍ରାମର ସୁଦୁର ପ୍ରଧାନ (୪୫)ଙ୍କ ମୃତ୍ୟୁ ହୋଇଛି । ଘଟଣାର ପ୍ରକାଶ, ପୁରୁଣାକୋଟ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ନନ୍ଦିନୀ ନାଳ ନିକଟରେ ମାହୁନ୍ତ ଯଶୋଦାକୁ ନେଇ ବାଉଁଶ ଖାଇବା ପାଇଁ ବାନ୍ଧି ଆସିଥିଲେ । ସୁଦୁର ସେହି ନାଳରୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏକ କଦଳୀ ଗଛ ହାତୀକୁ ଖୁଆଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ହାତୀ ଶୁଣ୍ଢରେ ତଦାଙ୍କୁ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଆଇଆଇସି ବିଜୟ କୁମାର ହାଇବ୍ରୋ, ରେଞ୍ଜର ଗଜେନ୍ଦ୍ର ବେହେରା ପ୍ରମୁଖ ପହଞ୍ôଚ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସମ୍ପର୍କୀୟ ଓ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ରେଞ୍ଜର ଗଜେନ୍ଦ୍ର ବେହେରା କହିଛନ୍ତି, ଯଶୋଦା ପାଖକୁ ଯିବା ପାଇଁ ଲୋକମାନଙ୍କୁ ପୂର୍ବରୁ ବାରଣ କରାଯାଇଥିଲା ।

error: Thank You Keep Visiting