ନିଳରଙ୍ଗର ହୋଡିଙ୍ଗିରେ ନୂଆ ମୁହଁକୁ ନେଇ ଏରସମା ବାଲିକୁଦାରେ ଛାନିଆ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନମଣ୍ଡଳିରେ ପବିତ୍ର କାଳିପୂଜା ଉପଲକ୍ଷେ ଇଂଞ୍ଜିନିୟର ଅମୁଲ୍ୟ ଖଣ୍ଡୁଆଳଙ୍କ କାଳିପୂଜା ଅଭିନନ୍ଦନର ହୋଡିଙ୍ଗି ଏବେ ବିଜେଡି କର୍ମିଙ୍କ ମନରେ ଛନକା ପୁରାଇ ଦେଇଛି । ଏଥର ୨୦୧୯ ନିର୍ବାଚନ ପାଇଁ ବିଜେଡି ଦଳରୁ କାହାକୁ ଟିକେଟ ମିଳିବ ତାହାକୁ ନେଇ ଏବେ ଠାରୁ କର୍ମିଙ୍କୁ ସନ୍ଦେହରେ ପକ୍କାଇ ଦେଲାଣି ।ଏପଟେ ପ୍ରଶାନ୍ତ ମୁଦୁଲି ଜନସଂପର୍କ ପଦଯାତ୍ରାରେ ସାଂସଦ, ପର୍ଯ୍ୟବେକ୍ଷକଙ୍କୁ ଧରି ଗାଁ, ଗାଁ ବୁଲି ସଂର୍ପକ ଜୋଡୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ମୁହଁ କର୍ମିଙ୍କୁ ଅଡୁଆରେ ପକାଉଛି ।
ପୂର୍ବରୁ ଏରସମାର ଶଶିକାନ୍ତ ପରିଡା ବିଜୁବାବୁ ଓ ନବିନ ବାବୁଙ୍କ ଫଟୋ ସହ ନିର୍ବାଚନ ମଣ୍ଡଳିରେ ହୋଡିଙ୍ଗିରେ ଛାୟି ଦେବା ସହିତ ପ୍ରଶାନ୍ତଙ୍କ ଦୃନିତି ସଂପର୍କରେ ପଥପ୍ରାନ୍ତ ସଭା କରିୁଥିବା ବେଳେ ଏବେ ଆଉଜଣେ ଆଶାୟୀ ଇଂଞ୍ଜିନିୟର ଅମୂଲ୍ୟ ଖଣ୍ଡୁଆଳ ନାମକ ଯୁବକ ନିଜ ଫଟୋସହିତ ବାଲିକୁଦା ଏରସମାରେ ନିଳରଙ୍ଗର ବ୍ୟାନରେ ନିର୍ବାଚନମଣ୍ଡଳି ଭୋଟର ଭାଇଭଉଣିଙ୍କୁ ହାଦ୍ଦିକ ଅଭିନନ୍ଦନ ଜଣାଇବା ଘଟଣା ଆଗାମି ନିର୍ବାଚନକୁ ଉସ୍ମତା ବଢାଇ ଦେଲାଣି ।
ସେପଟେ ବରିଷ୍ଠ ନେତା ଦାମଦର ରାଉତ ଏଥର ପ୍ରଶାନ୍ତଙ୍କୁ ବିଧାନସଭା ଦୁଆର ମୁହଁ ମଡାଇନଦେବାପାଇଁ ଶପଥ ନେବାସହିତ ନିର୍ବାଚନ ପୂର୍ବରୁ ଦାମ ଏକନୂଆ ଦଳର ପରିକଳ୍ପନା କରିସାରିଲେଣି । ଯାହା ଫଳରେ ପ୍ରଶାନ୍ତଙ୍କ ପାଇଁ ଦିନକୁ ଦିନ ଅଡୁଆ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ପ୍ରଶାନ୍ତଙ୍କ ପାଇଁ ଏସବୁ ନୂଆମୁହଁ, କର୍ମିଙ୍କ ଅସନ୍ତୁଷ୍ଟ, ଦାମଙ୍କ ପ୍ରତିଜ୍ଞା ସବୁକିଛି ଯେପରି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳିର ବିଜେଡି ସମିକରଣକୁ ଓଲଟ ପାଲଟ କରିଦେବାର ଆଶଙ୍କା ଏବେଠାରୁ ବୁଦ୍ଧିଜୀବି ମହଲରେ ଚଚ୍ଚର୍୍ାର ବିଷୟ ପାଲଟିଛି ।