ରାଜ୍ୟ ବିଜୁ ଜନତା ଦଳର ନବନିଯୁକ୍ତ ମହିଳା ସଭାନେତ୍ରୀ ଡ. ମିନତୀ ବେହେରାଙ୍କୁ ସମ୍ବର୍ଦ୍ଧନା

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ ଶାରଳାରୋଡ଼ ଛକରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜୁ ଜନତାଦଳର ନବନିଯୁକ୍ତ ମହିଳା ସଭାନେତ୍ରୀ ଡ. ମିନତୀ ବେହେରାଙ୍କୁ ତାଙ୍କ ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତୀ ଡ. ବେହେରା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂହ ଗ୍ରାମରେ ଜନ୍ମ ଗ୍ରହଣ କରି ତିର୍ତ୍ତୋଲ ପାଇଁ ଗୌରବ ଆଣିପାରିଛନ୍ତି । ପୁର୍ବରୁ ସେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷ ଭାବେ ରହିଥିଲେ । ବିଜେଡିଦଳର ସ୍ତୁଳମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ପାଇଁ ଦଳର ସୁର୍ପିମ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଶ୍ରୀମତୀ ଡ. ବେହେରାଙ୍କୁ ରାଜ୍ୟ ବିଜୁଜନତା ଦଳର ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଆଜି ଶ୍ରୀମତୀ ବେହେରା ନିଜ ଜନ୍ମମାଟିରୁ ପାଦ ଥାପିବା ସହିତ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ କରିବାକୁ ଆସିଥିଲେ ।

ମା ଶାରଳାଙ୍କୁ ଦର୍ଶନ କରିବା ବାଟରେ ଶାରଳା ରୋଡ଼ ଛକରେ ମା ଶ୍ୟାମାଦେବୀ କାଳିଙ୍କୁ ମଧ୍ୟ ଦର୍ଶନ କରିଥିଲେ । ପୂଜା କମିଟି ତରଫରୁ ଶ୍ରୀମତୀ ବେହେରାଙ୍କୁ ପୁଷ୍ପଦୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ସହିତ କାର୍ଯ୍ୟାକାରୀ ସଭାପତି ସୁଲୋଚନା ଦାସ, ସଂପାଦକ ଏଲିନା ଦାସ, କଟକ ଜିଲ୍ଲା ସଭାପତି ସୁଭଦ୍ରା ଦସାସ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଦାଶ, ପ୍ରଦୀପ୍ତ ପରିଜା, ନନ୍ଦନନ୍ଦନ ନାୟକ, ଅକ୍ଷ.ୟ ସାହାଣି, ରାଜେଶ ସାହାଣି, ସଙ୍କାରା ସାହୁ, ମୁନୁ ପରିଜା, ବାପି ସାମଲ,ପ୍ରଶାନ୍ତ ପରିଜା, ସନ୍ତୋଷ ସାହୁ, ସୁନିଲ ବେହେରା, ପପୁନା ପଣ୍ଡା, ସୁଶାନ୍ତ ପଣ୍ଡା, ନିଲୁ ମହାପାତ୍ର, ରମାକାନ୍ତ ରାଉଳ, ଜିଲ୍ଲା ପରିଷଦ ସଭ୍ୟ ଲିପାଲି ରାଉଳ, ସିଦ୍ଧାର୍ଥ ସଙ୍କର ରାଉଳ, ଦୀପକ ସାହୁ, ଗୋପାଳ ଚରନ ମହାନ୍ତି, ପ୍ରଭୁଦତ୍ତ ଚୌଧୁରୀ, ସୁଦର୍ଶନ ପଣ୍ଡା, ରଞ୍ଜିତ ମହାନ୍ତି, ଦେବ ମହାନ୍ତି ସମେତ ଶାରଳା ରୋଡ ବଜାର କମିଟିର ସମସ୍ତ କର୍ମମର୍ତ୍ତା ଉପସ୍ଥିତଥିଲେ ।

error: Thank You Keep Visiting