ଲାଞ୍ଚ ଲାଳସାରେ ସରକାରୀ ଯୋଜନାର ହୀତାଧିକାରୀଙ୍କ ଇଜ୍ଜତ ଲୁଟ୍

An Independent Media

ଯାଜପୁର: ସରକାରୀ ଯୋଜନାଗୁଡିକର ସୁବିନିଯୋଗ କରିବା ପାଇଁ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥାଏ କିମ୍ବା କେତେକ ସ୍ଥାନରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧିଙ୍କ ଦାୟିତ୍ୱରେ ହସ୍ତାନ୍ତର କରାଯାଇଥାଏ । ଦୁର୍ଭଗ୍ୟର ବିଷୟ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ସାଧାରଣ ଜନତାଙ୍କ ବିଶ୍ୱାସରେ କୁଠାରଘାତ ହୋଇଥାଏ ।  ଆଜିର ସମୟରେ ସରକାରୀ ଯୋଜନାର ଉପଯୁକ୍ତ ହିତାଧିକାରୀଙ୍କୁ ମଧ୍ୟ ହାତ ଗୁଞ୍ଜା ଦେବାକୁ ପଡୁଛି, କିନ୍ତୁ ଜଣେ ମହିଳା ହିତାଧିକାରୀଙ୍କୁ ହାତ ଗୁଞ୍ଜା ପରିବର୍ତ୍ତେ ନିଜର ଇଜ୍ଜତ ହରାଇବାକୁ ପଡିବ ତାହା ପୁଣି ନିଜ ଅଞ୍ଚଳର ଜନବର୍ଗଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧିଙ୍କ ନିକଟରେ । ଏପରି ଏକ ଲଜ୍ଜାଜନକ ଘଟଣାଟି ଯାଜପୁର ଜିଲ୍ଲା ଦଶରଥପୁରରେ ଘଟିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭୁଯୁକ୍ତ ସରପଞ୍ଚଙ୍କ ନାମ ଇନ୍ଦ୍ରଜିତ ଦାସ ।

ପ୍ରାପ୍ତ ଖବରାନୁସାରେ ଦଶରଥପୁରର ଗୌତମ ମଲ୍ଲିକଙ୍କ ପତ୍ନୀଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଞ୍ଜୁର ହୋଇଥିବା କହି ସରପଞ୍ଚ ତାଙ୍କୁ ପଞ୍ଚାୟତ ଅଫିସକୁ ରାତ୍ରି ସମୟରେ ଡାକିଥିଲେ । ଶ୍ରୀ ମଲ୍ଲିକଙ୍କ ସ୍ତ୍ରୀ ଘର ମିଳିବା ଜାଣିବା ପରେ ଖୁସି ହୋଇ ରାତ୍ର ସମୟରେ ପଞ୍ଚାୟତ ଅଫିସରେ ପହଂଚିଥିଲେ । ମହିଳା ଜଣଙ୍କୁ ଘର ବଦଳରେ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସରପଞ୍ଚ । ନୀରିହ ଗରିବ ଶ୍ରେଣୀର ମହିଳା ଜଣକ ଏତେ ପରିମାଣର ଟଙ୍କା ଦେଇପାରିବେନି କହି ସରପଞ୍ଚଙ୍କ ନିକଟରେ ଦୁଃଖ ପ୍ରକାଶ କରିଥିଲେ । ପ୍ରତିଉତ୍ତରରେ ଉକ୍ତ ସରପଞ୍ଚ କହିଥିଲେ ଯେ, ଅନ୍ୟ କେହି ଏହି ଯୋଜନାର ହିତାଧିକାରୀ ହୋଇଥିଲେ ସେ ତାଙ୍କ ନିକଟରୁ ମୋଟା ରକମର ଲାଞ୍ଚ ନେଇଥାନ୍ତେ, ତୁମକୁ ଦେଇ ମୁଁ କଣ ପାଇବି । ହଁ ଯଦି କହିବ ତେବେ ଗୋଟେ ସର୍ତ୍ତରେ ରାଜି ହେବା କଥା କହି ମହିଳା ଜଣଙ୍କୁ ଏକୁଟିଆ ପାଇ ଯୋରଜବରଦସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ଯେତେ କାକୁତି ମିନତୀ ହୋଇ ନେହୁରା ହେଲେ ମଧ୍ୟ ସରପଞ୍ଚଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ରକ୍ଷା କରିପାରନଥିଲେ । ଏନେଇ ଉକ୍ତ ମହିଳା ଜଣକ ମଙ୍ଗଳପୁର ଥାନାରେ ସରପଞ୍ଚଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସରପଞ୍ଚ ଏହାକୁ ଖଣ୍ଡନ କରିବାସହ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ପ୍ରତିକ୍ରିୟା ରଖିଛନ୍ତି ।

error: Thank You Keep Visiting