ଆସନ୍ତା ୧୯ ରେ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠରେ ମହାଚଣ୍ଡୀ ଯଜ୍ଞ

An Independent Media

ତାଳଚେର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପୀଠରେ ପାଂଚ ଦିନ ବ୍ୟାପୀ ୩୩ ତମ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେବ । ଚଳିତ ମାସ ୧୯ ତାରିଖ ଏକାଦଶୀ ତିଥିରେ ଏହି ଯଜ୍ଞ ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ଜଣା ପଡିଛି । ଦଶମୀ ଦିନ ସନ୍ଧ୍ୟାରେ କଳସୀ ଯାତ୍ରା, ଅଙ୍କୁରାରୋପଣ, ଏକାଦଶୀ ତିଥିରେ ସୂର୍ଯ୍ୟ ପୂଜା, ଶ୍ରୀମଦ୍ ଭାଗବତ୍ ଗୀତା ମହାଯଜ୍ଞ, ଦ୍ୱାଦଶୀ ତିଥିରେ ଦଶ ମହାବିଦ୍ୟା ପୂଜା, ଚଣ୍ଡୀ ପାଠ, ଶ୍ରୀ ସଙ୍କଟମୋଚନ ହନୁମାନ ମହାଯଜ୍ଞ, ତ୍ରୟଦଶୀ ତିଥିରେ ନବଗ୍ରହ ପୂଜନ ଓ ଗ୍ରହଯଜ୍ଞ, ଚତୁର୍ଦ୍ଦଶୀ ତିଥିରେ ସୁର୍ଯ୍ୟପୂଜା, ମହା ରୁଦ୍ରାଭିଷେକ ଓ ରୁଦ୍ର ମହାଯଜ୍ଞ, ନଭେମ୍ବର ମାସ ୨୩ ତାରିଖ ପୂର୍ଣ୍ଣିମା ତିଥିରେ ମା ହିଙ୍ଗୁଳାଙ୍କ ଷୋଡଶ ଉପଚାର ପୂଜା, ମହାଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା ।
ଏହା ବ୍ୟତୀତ ପ୍ରତ୍ୟହ ଶତଚଣ୍ଡୀ ପାଠ, ସ୍ୱାଧାୟ ସହ ଚଣ୍ଡୀଜପ ଅନୁଷ୍ଠିତ ହେବ । ଏହି ଯଜ୍ଞରେ ଶ୍ରଦ୍ଧାଳୁମାନେ ବହୁ ମାତ୍ରାରେ ଯୋଗଦାନ କରି ମା’ଙ୍କ ଆର୍ଶିବାଦ ଗ୍ରହଣ କରିବାକୁ ଶ୍ରୀ ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳ ପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

error: Thank You Keep Visiting