ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

An Independent Media

ପାଲଲହଡା : ପାଲଲହଡା ଆଦିବାସୀ କ୍ଲବ ଆନୁକୂଲ୍ୟରେ ସୁବର୍ଣ୍ଣପାଲି ବିର୍ସାମୁଣ୍ଡା ମଇଦାନରେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କର ପ୍ରତିମୂର୍ତ୍ତୀର ଶୁଭ ଉନ୍ମୋଚନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ସମ୍ମାନିତ ଅତିଥି ଅଜିତ ପ୍ରଧାନ, ଉପଜିଲ୍ଲାପାଳ ପାଲଲହଡା ଓ ଆଦିବାସୀ କ୍ଲବ ସଭାପତି ପାଲଲହଡା ବାଣେଶ୍ୱର ମାଝି ଯୋଗ ଦେଇଥିଲେ । ବୀର ବିର୍ସାମୁଣ୍ଡା ଜନ୍ମ ୧୫/୧୧/୧୮୭୫ ରେ ହୋଇଥିବା ବେଳେ ତିରୋଧାନ ୦୯/୦୬/୧୯୦୦ ମସିହାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ।

error: Thank You Keep Visiting