କଣିହାଁ ବ୍ଲଜ ଜଣେ ଭଲ ବିଜେଡି ନେତାଙ୍କୁ ହରାଇଲା : ମହେଶ ସାହୁ

An Independent Media

କଣିହାଁ ବ୍ଲକର ୭ଟି ପଞ୍ଚାୟତ ତାଳଚେର ବିଧାନସଭା କ୍ଷେତ୍ର ଓ ୧୯ ଟି ପଞ୍ଚାୟତ ପାଲଲହଡା ବିଧାନସଭା କ୍ଷେତ୍ରରେ ଅବସ୍ଥିତ । ୧୯୯୮ ମସିହାରେ ବିଜେଡି ଓ ବିଜେପିର ମେଣ୍ଟ ସମୟରେ ଜିଲ୍ଲାର ମୁଖ୍ୟ ଦାୟିତ୍ୱ ନେଇଥିଲେ ପୁରୁଖା ନେତା ବେଣୁଧର ସାହୁ । ଶ୍ରୀ ସାହୁ ଜଣେ ସୁସଂଗଠନ ଓ ରାଜନେତା । କଣିହାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧ୍ୟ ଶ୍ରୀ ସାହୁ ଥିଲେ । ସେ କର୍କଟ ରୋଗରେ ପିଡିତ ଥିଲେ । ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଶ୍ରୀ ସାହୁଙ୍କ ଦେହାନ୍ତ ହେଲା । ଖବର ଶୁଣି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷତଥା ପାଲଲହଡା ବିଧାୟକ ମହେଶ ସାହୁ, ଶ୍ରୀ ସାହୁଙ୍କ ବାସଗୃହକୁ ଯାଇଥିଲେ । ତାଙ୍କ ସହିତ ବିଜିଗୋଳ ସରପଞ୍ଚ ଦୁଃଶାସନ ସାହୁ, ଯୁବନେତା ରଞ୍ଜନ ସାହୁ, ବିଜେଡି ଜିଲ୍ଲା ଯୁବ ଉପସଭାପତି ସୁନିଲ ପ୍ରଧାନ, ସୋସିଆଲ ମିଡିଆର ଭାବଗ୍ରାହୀ ସାହୁ ଉପସ୍ଥିତ ରହି ମର ଶରୀର ସହିତ ଶୋଭାଯାତ୍ରାରେ ଶ୍ମଶାନ ଯାଇଥିଲେ । ବେଣୁଧର ସାହୁଙ୍କ ମୃତ୍ୟୁରେ ଡିପିସି ଅଧ୍ୟକ୍ଷ ମହେଶ ସାହୁ ମର୍ମାହତ ତଥା କାନ୍ଦି କାନ୍ଦି କହିଥିଲେ ଯେ କଣିହାଁ ବ୍ଲକ ଜଣେ ଭଲ ବିଜେଡି ନେତାଙ୍କୁ ହରାଇଲା । ତାଙ୍କ ଶୂନ୍ୟ ସ୍ଥାନ ପୂରଣ କରିବ କିଏ ।

error: Thank You Keep Visiting