ଡିଆରଡିଏ (ଡୁଡା) ପିଡିଙ୍କ ବ୍ରିଟିଶ୍ ରାଜ ପାଇଁ ଉନ୍ନତି କାମ ବାଧାପ୍ରାପ୍ତ

An Independent Media

ଅନୁଗୋଳ: ଅନୁଗୋଳ ଜିଲ୍ଳା ରାଜ୍ୟକୁ ଦେଉଥିବା ଟିକସରେ ପ୍ରଥମ । ଜିଲ୍ଲାର ପ୍ରାୟ ୬୫% ଅଞ୍ଚଳ ଶିଳ୍ପାଞ୍ଚଳ । ଜିଲ୍ଲାରେ ତିନି ଉପଖଣ୍ଡରେ ୮ଟି ବ୍ଲକ, ୨ଟି ପୌରପରିଷଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ । ବର୍ତ୍ତମାନ ଡିଆରଡିଏର ପିଡି ଜିଲ୍ଲା ଡୁଡାର ମଧ୍ୟ ମୁଖ୍ୟ । ଡୁଡା ପାଇଁ ନଗର ଉନ୍ନୟନ ବିଭାଗ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବା କଥା । କିନ୍ତୁ ବର୍ତ୍ତମାନର ପାୱାରଫୁଲ ପିଡି ରାଜନେତା ଓ ସଚିବଙ୍କ ସହିତ ସୁସଂପର୍କ କରି ଡୁଡାର ମୁଖ୍ୟ ହୋଇଛନ୍ତି । ଡିଆରଡିଏର ଜଣେ ନିର୍ବାହୀ ଯନ୍ତ୍ରୀ ଅଛନ୍ତି । ନିର୍ବାହୀ ଯନ୍ତ୍ରୀଙ୍କୁ ନ ଜଣାଇ ନିଜ ପସନ୍ଦର ଠିକା କାମ ନିଜେ ପିଡି ବଣ୍ଟନ କରନ୍ତି ।

ଡିଆରଡିଏର କନିଷ୍ଠ ଯନ୍ତ୍ରୀ ଓବ ୍ଲକ ସହକାରୀ କନିଷ୍ଠ ଯନ୍ତ୍ରୀ ଡିଆରଡିଏର ନିର୍ବାହୀ ଯନ୍ତ୍ରୀଙ୍କ କଥା ଶୁଣନ୍ତି ନାହିଁ । ପିଡିଙ୍କ ବ୍ରିଟିଶ ରାଜରେ ଜିଲ୍ଲାରେ ପ୍ରାୟ ଅଞ୍ଚଳରେ ଉନ୍ନତି କାମ ଠପ୍ । ଖଣି ଅଞ୍ଚଳ, ପ୍ଲାଣ୍ଟ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ପାଇଁ ରାସ୍ତା ଅବରୋଧ, ଆନ୍ଦୋଳନ ହେଉଛି । ଗମନା ଗମନ କଥା ନ କହିଲେ ଭଲ । ରାଜନେତାଙ୍କୁ ଖୁସ୍ କରି, ସଚିବ ମାନଙ୍କ ସହିତ ସୁସଂପର୍କ ରଖି ପିଡି ବ୍ରିଟିଶ ରାଜ ଜିଲ୍ଲାରେ ଚଳାଇଛନ୍ତି । ଉନ୍ନତି କାମରେ ବାଧା ପ୍ରାପ୍ତ ହେବା ଫଳରେ ସାଧାରଣରେ ଆଲୋଚନା ହେଉଛି ଯେ ପିଡିଙ୍କ ତୁରନ୍ତ ବଦଳୀ ହେଲେ ଉନ୍ନତି କାମ ହୋଇ ପାରିବ ।

error: Thank You Keep Visiting