୧୯୯୧ ବ୍ୟାଚ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ

An Independent Media

ତାଳଚେର: ସ୍ଥାନୀୟ ହନୁମାନ ମନ୍ଦିର ସଭାଗୃହଠାରେ ତାଳଚେର ମହାବିଦ୍ୟାଳୟର ୧୯୯୧ ବ୍ୟାଚର ବନ୍ଧୁମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ମହାବିଦ୍ୟାଳୟରୁ ପାସ କରିଥିବା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବନ୍ଧୁମିଳନକୁ ସଫଳ କରିବା ପାଇଁ ଯୋଜନା କରାଯାଇଥିଲା । ଅଧ୍ୟାପକ ଶଶାଙ୍କ ପ୍ରଧାନଙ୍କ ସଭାପତିତ୍ୱରେ ଏହି ବ÷ଠକରେ ଉପସ୍ଥିତ ଛାତ୍ର ଛାତ୍ରୀମାନେ ସଂଯୋଗକ ଭାବରେ ଶଙ୍କର୍ଷଣ ନାୟକଙ୍କୁ ମନୋନୀତ କରିଥିବା ବେଳେ ଅଧ୍ୟାପକ ନବ କିଶୋର ମହାପ୍ରଭୁଙ୍କୁ ସହ ସଂଯୋଜକ ଓ ପ୍ରହ୍ଲାଦ ନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରିଥିଲେ ।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆସନ୍ତା ଡିସେମ୍ବର ୩୦ ତାରିଖ ରବିବାର ସ୍ଥାନୀୟ ହୋଟେଲ ସୂର୍ଯ୍ୟା ଗାର୍ଡେନରେ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସେହି ସମୟର ଅଧ୍ୟାପକ / ଅଧ୍ୟାପିକା ମାନଙ୍କୁ ସମ୍ମାନିତ କରିବା ପାଇଁ ତଥା ତାଳଚେର ମହାବିଦ୍ୟାଳୟରେ ୯୧ ଟି ବୃକ୍ଷରୋପଣ କରିବା ଓ ପ୍ରତ୍ୟେକ ବର୍ଷ କଳାରେ ସର୍ବୋଚ୍ଚ ନମ୍ବର ରଖି ପାସ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତି କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରୋହିତ ସେଠୀ, ସଂଜୀବ ମିଶ୍ର, ଅଭିମନ୍ୟୁ ବିଶ୍ୱାଳ, ଜିତେନ୍ଦ୍ର ପରିଜା, ଶଶଦେବ ସିଂ, ସରୋଜ ପାଣି, କାର୍ତ୍ତିକ ମିତ୍ର, ରାଜେଶ ରାଉତ, ବୀଣାପାଣି ଗଡନାୟକ, ମାମୀ ମିଶ୍ର, ଅଧ୍ୟାପିକା ଶୋଭାମୟୀ ପ୍ରଧାନ, ସୁଜାତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ନିର୍ମଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting