ଘର ପୋଡିରେ ଗୁରୁତର ମହିଳା ମୃତ

An Independent Media

ପାଲଲହଡା: ପାଲଲହଡା ଥାନା ଅନ୍ତର୍ଗତ କନ୍ତଳା ଗ୍ରାମର ଜୁଆଙ୍ଗ ସାହିରେ ଗୋଟିଏ ପରିବାରର ଚାଳ ଛପର ଘରେ ନିଆଁ ଲାଗି ଯିବା ଯୋଗୁଁ ବଡ ବୋହୂ ଅର୍ଦ୍ଧଦଗ୍ଧ ହୋଇ କଟକ ସ୍ଥାନାନ୍ତର ହୋଇଥିବା ବେଳେ ତାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଦୁଃଖଦ ଘଟଣା ଗତକାଲି ରାତି ୮ଟାରେ ହୋଇଥିଲା । ଯୁଆଙ୍ଗ ସାହିର ମିଶ୍ର ନାଏକର ଦୁଇ ପୁଅ ଏବଂ ୨ ବୋହୂ ସହିତ ୭ଟି ଛୁଆ ୨ ବଖରା ଚାଳି ଓ ଗୋଟିଏ ଆଡି ଚାଳି ଘରେ ବସବାସ କରୁଥିଲେ । ଗତ ସନ୍ଧ୍ୟା ୭ ଟାରେ ବଡ ବୋହୂ ଲିଲିମୁନି ନାଏକ ନିଜ ବଖରାରେ ରୋଷେଇ କରୁଥିବା ବେଳେ କୌଣସି କାରଣବଶତଃ ଲୁଗା କାନିରେ ନିଆଁ ଧରିଥିଲା ।

ଏହି ନିଆଁକୁ ବୋହୂ ଲିଲି ନିୟନ୍ତ୍ରଣ କରି ନ ପାରିବା ଯୋଗୁଁ ନିଜେ ଅର୍ଦ୍ଧଦଗ୍ଧ ହୋଇଯିବା ସହ ସଂପୂର୍ଣ୍ଣ ଘର ପୋଡି ନଷ୍ଟ ହୋଇଯାଇଥିଲା । ଗୁରୁତର ଆହାତ ଲିଲିକୁ କନ୍ତଳା ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚାଇଥିବା ବେଳେ ପରିସ୍ଥିତି ଉଦ୍ବେଗଜନକ ଥିବା ଦେଖି ତୁରନ୍ତ କଟକ ସ୍ଥାନାନ୍ତରିତ କରଯାଇଥିଲା । କଟକ ଡାକ୍ତରଖାନାରେ ଲିଲିର ମୃତ୍ୟୁ ହୋଇଥିବା ଖବର ଜଣାପଡିବା ପରେ କନ୍ତଳା ଗ୍ରାମରେ ଶୋକ ପ୍ରକାଶ ପାଇଛି । ଏବେ ପରିବାର ଦିବାଲୋକରେ ରହୁଥିବା ଦେଖିବାକୁ ମିଳିଛି ।ଏହି ଖବର ପାଇ ତହସିଲଦାର ସ୍ୱାଗତ ଦାସ ଏବଂ ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ ଘଟଣାସ୍ଥଳରେ ପହଞ୍ôଚ ୩ ହଜାର ଟଙ୍କା ସହିତ ୧୦ କେଜି ଚାଉଳ ଏବଂ ଖଣ୍ଡିିଏ କଳା ପଲିଥିନ ପ୍ରଦାନ କରିଛନ୍ତି ।

ଏହି ଦୁଃଖଦ ଘଟଣାରେ ବିଧାୟକ ମହେଶ ସାହୁ ମର୍ମାହତ ହେବା ସହିତ ବିଜେଡି ସେବା ଦଳର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣୀ ଗଡନାୟକ, କାର୍ଯ୍ୟକାରୀ ସଭାପତି ଯୋଗେଶ ଭୁକ୍ତା ଏବଂ ସଇଡା ପଞ୍ଚାୟତର ବିଜେଡି ସଭାପତି ଅନୀ ସାହୁକୁ ଘଟଣାସ୍ଥଳକୁ ପଠାଇଥିଲେ । ୧ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ତହସିଲ ପ୍ରଶାସନ ସହିତ ଏହି ଦଳ ଯୋଗଯୋଗ କରିଥିଲେ । ଅଗ୍ନିକାଣ୍ଡର କ୍ଷତି ଆକଳନ କରିବା ପରେ ଜିଲ୍ଲା କାର୍ଯ୍ୟାଳୟରୁ ୩୦ହଜାର ଟଙ୍କା ସହିତ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଥିଲେ ।

error: Thank You Keep Visiting