ଆକ୍ଟିଭା ଓ ସ୍କର୍ପିଓ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର

An Independent Media

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଏନଏଚ ୫୫ ଜାତୀୟ ରାଜପଥର ଚାରିପୋଲିଆ ମଙ୍ଗଳପୁର ମଧ୍ୟରେ ଏକ ସ୍କୁଟି ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହେବା ଜଣାପଡିଛି । ସୂଚନା ଅନୁସାରେ ବିରିଡି ଥାନା ଅନ୍ତର୍ଗତ ରାଣିପଡା ଗ୍ରାମର ଅଜୟ ଖୁଣ୍ଟିଆ(୨୮)ସୁଜିତ୍ କୁମାର ନାଥ(୧୯)ଅଭିଷେକ ମହାନ୍ତି(୧୮)ବର୍ଷ ତିନିଜଣ ସାଙ୍ଗ ଜଗତସିଂହପୁରରୁ ନୂତନ ମୋବାଇଲ କିଣି ଆକ୍ଟିଭା ନଂ ଓଡି୦୫ଏଜି ୪୧୮୫ରେ ଘରକୁ ଫେରୁଥିବା ସମୟରେ ଭୁବନେଶ୍ୱରରୁ ଆସୁଥିବା ଜଗତସିଂହପୁରର ବିଶିଷ୍ଟ ବ୍ୟବସାୟୀ ଓ ତାଙ୍କ ଝିଅ ଜଗତସିଂହପୁର ନିଜ କାର୍ଯ୍ୟାଳୟକୁ ସ୍କର୍ପିଓ ନଂ ଓଡି୦୨ ଏଜି ୦୪୨୬ରେ ଆସୁଥିବା ସମୟରେ ଚାରିପୋଲିଆ ମଙ୍ଗଳପୁର ମଝି ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ସହିତ ଆହତକଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଅଜୟ କୁମାର ଖୁଣ୍ଟିଆଙ୍କୁ ମୃତ ଘୋଷଣା କରିବା ସହିତ ଗୁରୁତର ଥିବା ଅଭିଷେକ ଓ ସୁଜିତ୍ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡିକୁ ଜବତ କରିବା ସହ ମୃତ ଯୁବକର ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

error: Thank You Keep Visiting