କୋର୍ଟ ଚାଲାଣ ବେଳେ ପ୍ରଶାସନ ବିରୋଧରେ ଆସାମୀ ଆଣିଲା ସଙ୍ଗୀନ ଅଭିଯୋଗ

An Independent Media

ଜଗତସିଂହପୁର: ତିର୍ତ୍ତୋଲ ପୋଲିସ ଏକ ମହିଳା ଆସାମିକୁ କୋର୍ଟ ଚାଲାଣ କରିବାକୁ ଆଣି ଘଣ୍ଟା ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ରଖିବାକୁ ନେଇ ଆସାମୀ ଜଣକ ଉତ୍କ୍ଷୀପ୍ତ ହୋଇଯାଇଥିଲା । ପୋଲିସ ଆଣିଥିବା ଆସାମୀ ହେଉଛନ୍ତି ଜଣେ ମହିଳା । ଆସାମୀ ମହିଳା ଜଣଙ୍କ ନାମ ହେଉଛି ଅନୁସୟା ପାତ୍ର । ଉକ୍ତ ମହିଳା ଅଭିଯୁକ୍ତ ଅନୁସୟା କୁହନ୍ତି ଯେ, ମୁଁ ବାରମ୍ବାର ଜନଶୁଣାଣୀରେ ଅଭିଯୋଗ କଲାପରେ ବି ମଧ୍ୟ ମୋ କଥା ପ୍ରଶାସନ ଶୁଣିନଥିଲା ଏପରିକି ମୋର ସଂପତ୍ତି ଲୁଟ କରିବାକୁ ନେଇ ଧନୀକ ଶ୍ରେଣୀୟ ବ୍ୟକ୍ତି ମୋ ନାଁରେ ତିର୍ତ୍ତୋଲ ଥାନାରେ ମିଥ୍ୟା ମାମଲାରେ ମତେ ଫସାଇଦେଇ ଏକ ପାଗେଳୀର ଆଖ୍ୟା ଦେଇ ମତେ ପୋଲିସ ଥାନାରେ ମାନସିକ ଯନ୍ତ୍ରଣା ଦେବା ସହିତ ମୋ ଠାରୁ ୧୦ହଜାର ଟଙ୍କା ନେଇ ମୋତେ ଜଗତସିଂହପୁରକୁ ଡିସିପି ଡାକୁଛନ୍ତି କହି ଆଣିଥିଲେ । କିନ୍ତୁ ସେମାନେ ମତେ ଡିସିପି ଆସୁଛନ୍ତି କହି ଘଣ୍ଟା ଘଣ୍ଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ରଖିଥିଲେ । ଏ ସଂପର୍କରେ ପୋଲିସ ଭ୍ୟାନରେ ଆସିଥିବା ମହିଳା ପୋଲିସ କୁହନ୍ତି ତାଙ୍କୁ ଆମେ କୋର୍ଟ ଚାଲାଣ କରିବାକୁ ଆଣିଥିଲୁ ହେଲେ ଆଜି କୋର୍ଟ ଛୁଟି ଅଛି ବୋଲି ମହିଳା ପୋଲିସ ସଫେଇ ଦେଇଥିଲେ ।

error: Thank You Keep Visiting