ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

An Independent Media

ତାଳଚେର: ବିଜୁ ଯୁବବାହିନୀ କ୍ଲବିନ୍ ୩ ତରଫରୁ ସ୍ଥାନୀୟ ଜାମ୍ବୁବଣିଆ ସାହି ଠାରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ତାଳଚେର ଉପଜିଲ୍ଲାପଳ ଶ୍ରୀ ପରେଶ ଚନ୍ଦ୍ର ନାୟକ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ମହିଳା ସଶକ୍ତି କରଣ ନେଇ ସମାଜ ପାଇଁ ପରିବର୍ତ୍ତନ ବିଜୁ ଯୁବବାହିନୀ ଯୁବକ ଯୁବତୀମାନେ ଆଗେଇ ଆସିଥିବାରୁ ସେମାନଙ୍କୁ ସାଧୁବାଦ୍ ଦେଇଥିଲେ ।

ମୁଖ୍ୟବକ୍ତାଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ଦେବୀମିଶ୍ର ବିଜୁ ଯୁବବାହିନୀ କ୍ଲବିନ୍ ୩ ତରଫରୁ ବୃକ୍ଷରୋପଣ, ନିଶାକୁ ନା ଓ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଦି ସଫଳଭାବେ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ୍ ଦେବାସହ ପ୍ରତ୍ୟେକ ସାହିରେ ଜଣେ ଜଣେ ହିରୋ ସୃଷ୍ଟି ହେବାସହ ସେମାନ ବିଭିନ୍ନ ପ୍ରକାରର ଜନଜାଗରଣରେ ନିୟୋଜିତ କରିବାକୁ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଯୁବ ବିଜଡ଼େି ସଭାପତି ଲିପୁନା ଭୂକ୍ତା, ନଗର ବିଜେଡ଼ିସଭାପତି ଆସିଫ୍ ଖାନା, ନଗର ବିଜୁ ଯୁବଜନତାଦଳର ସଭାପତି ସୁଧିର ସାମନ୍ତ, ଜାମ୍ବୁବଣିଆ ସାହି ପୂଜା କମିଟିର ସଭାପତି ସୁଭ୍ରାଶଂ ଶର୍ମା, ନୋଡ଼ାଲ ଅଫିସର୍ ଗୁଣନିଧି ସ୍ୱାଇଁ ଯୋଗଦେଇ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମକୁ ନଗର ବିଜୁ ଜନତାଦଳର ସାଧାରଣ ସମ୍ପାଦକ ବିରଜା ଶଙ୍କର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଜୁ ଯୁବବାହିନୀର କ୍ଲବିନ୍ ୩ର ସଭାପତି ମନୋଜ କୁମାର ଭୂତିଆ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ଆଦର୍ଶ ପିତା ଓମାତା, ଡ଼କ୍ଟର ପୂର୍ଣ୍ଣିମା ଉଦଗାତା, ସମାଜସେବୀୀ ଖିରୋଦ ସାହୁ, ବାପି ମହାନ୍ତି, ରକ୍ତାଦାତା, ସାନ୍ତୁନୁ କୁମାର ସାହୁ, ଚନ୍ଦନ କୁମାର ସିଂହ, ହାସ୍ୟ କଳାକାର କରୁଣାକର ବାଇ, ସୁନିଲ କୁମାର ସିଂହ ଓ ସାହିର ପୂଜକ, ଭାଗବତଟୁଙ୍ଗୀରେ ପାଠ ପରିଚାଳନା କରୁଥିବା ପ୍ରମୁଖକଙ୍କୁ ବିଜୁ ଯୁବବହିନୀ କ୍ଲବନ୍ ୩ରେ ସମ୍ମନୀତ କରାଯାଇଥିଲା । ଶେଷରେ ସଞ୍ଜୟ ଘଟୁଆରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରର ଉଦଯାପନୀ ଦୀବସରେ ତାଳଚେର ପୌରପରିଷଦର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀମତୀ ଅତସୀ ପରିଡ଼ା ଯୋଗଦେଇ ବିଜୁଯୁବ ବହିନୀର ଅଭିମୁଖ୍ୟ ବିଷୟରେ କହିଥିଲେ ଓ ସମଗ୍ର ତାଳଚେର ପୌପରପରିଷଦରେ କ୍ଲବିନ୍ ୩ର କାର୍ଯ୍ୟକ୍ରମକୁ ପ୍ରସଂଶା କରଇଥିଲେ ।

ସାହି ବାସିନ୍ଦାମାନଙ୍କୁ ନେଇ ଝୁଟି, ମୁରୁଜ, ମ୍ୟୁଜିକ୍ ଚେୟାର୍, ପିଲାମାନଙ୍କର ନାଚଗୀତ, ଅମୃତ ଅନୁଷ୍ଠାନ ଦ୍ୱାରା ନାଟକ ପ୍ରତିଯୋଗୀତା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ଲଳିତ ବହ୍ଲଭ ରାଉତ, ପ୍ରେମାନନ୍ଦ ଭୂତିଆ, ସୁନିଲ ଭୂତିଆ, ଚନ୍ଦନ ଭୂତିଆ, ବାଙ୍କ ଭୂତିଆ, ରାହୁଲ ଭୂତିଆ, ବିଭୂ ଭୂତିଆ, ସିପୁ ସାହୁ, ବିକ୍ରମ ସାହୁ, ଚଗଲା ସାହୁ, ଅଶ୍ୱିନି କୁମାର ସାହୁ, ଶିବ ନାଏକ, ସୁଜିତ୍ ଭୂତିଆ, ରାଜେଶ ମହାନ୍ତି, ବିପିନ ମହାରଣା, ଚିଣ୍ଟୁ ଭୂତିଆ ଓ ବିଜୁ ଯୁବବାହିନୀ କ୍ଲବିନ୍ ୩ର ସମ୍ପାଦକ ଅନିଲ ମହାରଣା, କୋଷାଧ୍ୟକ୍ଷ ଦେବବ୍ରତ ମହାପାତ୍ର ପ୍ରମୁଖକଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳଭାବେ ଅନୁଷ୍ଠିତ ହୋଇଥିଲା ।

error: Thank You Keep Visiting