ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତାର୍ତ୍ତୋଲ ମହାନଦୀରେ ଆଜି ପୂର୍ବାହ୍ନରେ ଚେଳିତୋଳ ବୋଇତ ବନ୍ଦାଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୮ ଟାରୁ କଟକ – ପାରାଦ୍ୱିପୀ ରାସ୍ତା ତିର୍ତ୍ତୋଲ କଲରାପାଟସ୍ଥିତ ବିଧାୟିକାଙ୍କ ବାସଭବନ ନିକଟରୁ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ବାହାରି ମଣ୍ଡାବଣ ମଠରେ ପହଞ୍ଚି ପୂଜାର୍ଚ୍ଚନା କରିବାପରେ ଗୋପିଆକୁଦ ଡ଼ାକବଙ୍ଗଳା ଠାରେ ବାଜାବାଣ, ଘଣ୍ଟଘଣ୍ଟା ଦ୍ୱାରା ତାରୋତଲ ମହାନଦୀରେ ପହଞ୍ଚିଥିଲା । ବିଧାୟିକାଙ୍କ ସ୍ୱାମୀ ଇଂ ଆଶୁତୋଷ ମଲ୍ଲିକ ସାଧବପୁଅ ହୋଇଥିବାବେଳେ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ ଓ ସାତ ସାଧବାଣୀ ନଦୀ ତଟରେ ପହଞ୍ଚି ପ୍ରଥମେ ଗଙ୍ଗାମାତା, ବୋଇତରେ ଥିବା ପାଶ୍ୱର୍ ଦେବାଦେବୀ ଓ ମହାପ୍ରଭୂ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା) ମନ୍ତ୍ର ଓ ସ୍ତ୍ରୋତ ପାଠ କରିଥିଲେ । ବିଧାୟିକା ଡ଼. ମଲ୍ଲିକ ବୋଇତକୁ ମେଲାଣି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ, ଲିପାଲି ରାଉଳ, ରଘୁନାଥ ପୁର ଜିଲ୍ଲାପରିଷଦ ସଭ୍ୟା ଡ଼େଜାଲେିନି ମହାପାତ୍ର, ସ୍ୱପ୍ନାସରିତା ବଳ, ଦେବାଶିଷ୍ ତ୍ରିପାଠୀ, ତିର୍ତ୍ତୋଲ ଶିଶୁ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ସୁରେନ୍ଦ୍ର ମହାପାତ୍ର, ଅଶ୍ୱିନି ଦାସ, ତପନ ମହାନ୍ତି, ରଞ୍ଜିତ ପରିଜା, ରମାକାନ୍ତ ରାଉତ, ପ୍ରଫୁଲ ମହାନ୍ତି, ସାରଦା ପୃଷ୍ଟି, ବିଷ୍ଣୁ ଚରଣ ଦାସ, ମହମ୍ମଦ ଆଜାଦ ଅହେମଦ, ଆୟୁବ ଅଲ୍ଲି, ଭବାନି ଶଙ୍କର ଜେନା, ଗଗନ ଖଣ୍ଡୁଆଳ, ଦେବେନ୍ଦ୍ର ମହାନ୍ତିଙ୍କ ସମେତ ଶହସ୍ରାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଆଇନି ଶୃଙ୍ଖଳା ରଖା କରିବା ପାଇଁ ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ୍ ଓ ତିର୍ତ୍ତୋଲ ଅଗ୍ନିଶ୍ରମ ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

error: Thank You Keep Visiting