ସାମ୍ବିଧାନିକ ଅଧିକାର ସୁରକ୍ଷା ସମାବେଶ ଅନୁଷ୍ଠିତ

An Independent Media

ବାଲିକୁଦା: ଦଳିତ ବିକାଶ ପରିଷଦ ଜଗତସିଂହପୁର ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଆଜି ବାଲିକୁଦା ବ୍ଲକର ଦେବଗ୍ରାମ ତ୍ରିନାଥ ମଣ୍ଡପଠାରେ ଏକ ପ୍ରତିବାଦ ସଭାରେ ଆୟୋଜନ କରାଯାଇଥିଲା । ସମାଜରେ ଦଳିତ ମାନଙ୍କର ନ୍ୟାର୍ଯ୍ୟ ଦାବି ଓ ଅଧିକାରକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କିଭଳି ଭାବେ ସେମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ଏହାର ଦୃଷ୍ଟାନ୍ତ ଦେଇ ଏହି ମଞ୍ଚରେ ରାଜ୍ୟରୁ ଆସିଥିବା ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଏସ୍ କେ ଅଲ୍ଲୀ,ମାନବାଧିକାର ରାଜ୍ୟ ସଭାପତି ରବିନାରାୟଣ ଦାସ,ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସହସଂପାଦକ ମାୟାଧର ନାୟକ,ସଂଗ୍ରାମପୁର ପଞ୍ଚାୟତର ପୂର୍ବତନ ନାଥ କାଣ୍ଡିଙ୍କ ସମେତ ଅନେକ ଦଳିତ ମାନଙ୍କୁ ନ୍ୟାର୍ଯ୍ୟ ଦାବି ଦେବାରେ ଆଗଭର ହୋଇଥିଲେ । ପ୍ରାୟ ୨୦୦ ରୁ ଅଧିକ ଦଳିତ ମହିଳା ଓ ପୁରୁଷ ଯୋଗଦେଇ ସେମାନଙ୍କୁ ବ୍ଲକ, ଜିଲ୍ଲା ଏବଂ ତହସିଲ ସ୍ତରରେ ସେମାନଙ୍କୁ କ୍ଷୁର୍ଣ୍ଣ ହେବାର ନଜିର ଦେଇଥିଲେ । ବି.ଆର.ଆମ୍ବେଦକରଙ୍କ ସମ୍ବିଧାନିକ ଧାରା ଅନୁଯାୟୀ ସେମାନଙ୍କର ନ୍ୟାର୍ଯ୍ୟ ଦାବି କିଭଳି ଛଡେଇ ଆଣିବାକୁ ହେବ ତାହା ବକ୍ତାମାନଙ୍କୁ କହିଥିଲେ ।

error: Thank You Keep Visiting