ମଣିଷ ଗଢ଼ା କାରଖାନାର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ମହେଶ ସାହୁ ସମ୍ବର୍ଦ୍ଧିତ

An Independent Media

ତାଳଚେର: ତାଳଚେର ବ୍ଲକ / ପୌରାଞ୍ଚଳର ସମ୍ମାନିତ ପ୍ରାଥମିକ ସଂଘ ଆନୁକୂଲ୍ୟରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ସଂଘର ସଭାପତି ଉଷାରାଣୀ ପଣ୍ଡା, ସଂପାଦକ ସଂଜୟ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦାଶରଥି ତୁଙ୍ଗ ଓ ଅନ୍ୟ କର୍ମକର୍ତ୍ତାମାନେ ବକ୍ତବ୍ୟ ରଖିଥିଲେ । ପ୍ରାଥମିକ ଶିକ୍ଷାକୁ ସୁଦୃଢ କଲେ ଛାତ୍ର ଓ ଛାତ୍ରୀ ମାନେ ଉଚ୍ଚତମ ଶିକ୍ଷାରେ ସଫଳ ହାସଲ କରିବେ । ମୁଖ୍ୟ ଅତିଥି ଡିପିସି ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ତପନ ମହାରଣା, ସାମ୍ବାଦିକ ତଥା ସମାଜସେବୀ ମନୋଜ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

error: Thank You Keep Visiting