ଲକ୍ଷାଧିକ ଟଙ୍କାରେ ଆଜ୍ଞା ଲଡୁ ଓ ମାଳ ନିଲାମ

An Independent Media

ତାଳଚେର: ତାଳଚେର ନଗର କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲଡୁ ନିଲାମ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ଓ ଏସ୍ଡିପିଓ ହେମନ୍ତ ପଣ୍ଡା ଯୋଗ ଦେଇଥିଲେ । ନିଲାମ କାର୍ଯ୍ୟକ୍ରମକୁ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିଲେ । ସର୍ବାଧିକ ଏକ ଲକ୍ଷ ୧୨ ହଜାର ଟଙ୍କାରେ ଲାଲବାଗ ରାଜା ଟିମ୍ ନିଲାମ ଡାକି ଆଜ୍ଞାଲଡୁ ଓ ଆଜ୍ଞାମାଳ ହାତେଇଥିଲେ ।

ଅତିଥିମାନେ ଲାଲବାଗ ରାଜା ଟିମର ସଦସ୍ୟ ଜଗନ୍ନାଥ ଗଡନାୟକ, ସୁଧୀର ସିଂ ସାମନ୍ତ, ରିୟାଜ୍ ଖାନ, କିଶୋର ମିଶ୍ର, ସଫିକ୍ ଖାନ, ବିନୟ ଦାସ, ଅନିଲ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଥିଲା । ଏକ ଶୋଭଯାତ୍ରାରେ ଲଡୁକୁ ନଗର ପରିକ୍ରମା କରାଯିବା ପରେ ନଗରବାସୀଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ।

error: Thank You Keep Visiting