ନାଲକୋ ଥାନାକୁ ଆଦର୍ଶ ଥାନା ରୂପେ ମାନ୍ୟତା
ଅନୁଗୋଳ : ଅନୁଗୋଳ ଜିଲ୍ଲାର ନାଲକୋ ଥାନାକୁ ଆଦର୍ଶ ଥାନାର ମାନ୍ୟତାର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ୩୫ ବର୍ଷ ନାଲକୋ ଥାନା ପୂର୍ତ୍ତି ଅବସରରେ ଭିଡିଓ କନ୍ଫରେନ୍ସ ଜରିଆରେ ଆଦର୍ଶ ଥାନା ରୂପେ ଉଦ୍ଘାଟନ କରିଛନ୍ତି । ଏହି ଥାନା ନାଲକୋ ଟାଉନ୍ସିପ୍ ଥାନା ଥିଲା । ତାହା ବର୍ତ୍ତମାନ ଆଦର୍ଶ ଥାନାର ମାନ୍ୟତା ପାଇଅଛି । ଏଥିରେ ସାଂସଦ ତଥାଗତ ଶତପଥୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ବିଧାୟକ (ରଜନୀ କାନ୍ତ ସିଂ, ସଂଜିବ ସାହୁ, ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ ବେହେରା) ଜିଲ୍ଲାପାଳ ଅନୀଲ ସାମଲ, ଡିଆଜି ନରସିଂହ ଭୋଳ, ଆରକ୍ଷୀ ଅଧିକାରୀ ମିତ୍ରଭାନୁ ମହାପାତ୍ର ଙ୍କ ସହିତ ବହୁ ଥାନା ଅଧିକାରୀ ଉପସ୍ଥ୍ିତ ଥିଲେ ।