ଡାକ ବଙ୍ଗଳା ପାଲଟିଛି ଭୁତ କୋଠି

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ପଚାଂୟତର ଏରସମା- ମଣିଜଙ୍ଗା ରାସ୍ତା ପାଶ୍ୱର୍ ନରୁଆ ଛକଠାରେ ୧୯୮୨ ମସିହାରେ ତତକାଳୀନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଦ୍ୱାରା ପୁର୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଡାକବଙ୍ଗଳାଟି ଏବେ ପାଲଟିଛି ଭୂତକୋଠି । ମୁଖ୍ୟ ଫାଟକରେ ଲଗାଯାଇଥିବା ଲୁହାଗେଟ ରକ୍ଷଣାବ୍ୟକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି । କବାଟ ଝରକା ଗୁଡିକ ଅସାମାଜିକ ବ୍ୟକ୍ତିଙ୍କ ମଦ, ପାଣି ଖର୍ଚ୍ଚ ଅର୍ଥ ପାଇଁ ସହାୟକ ହୋଇଛି ।

ଜୀବଜନ୍ତୁଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ଅବାଧରେ ପ୍ରବେଶ କରିପାରୁଥିବା ବଙ୍ଗଳାଟି ଅନାବନା ଗଛରେ କୃତ୍ରିମ ଜଙ୍ଗଲ ସୃଷ୍ଟିହେବା ସହିତ ବିଷଦର ସରିସୃପଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳରେ ପତିଣତ ହୋଇଛି । ଦିନରାତି ଅସାମାଜିକ ମାନଙ୍କ ଆଡାସ୍ଥଳରେ ପରିଣତ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ଉଚ୍ଚକତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଜ୍ଞାନବିକାଶ କ୍ଲବ କର୍ମକର୍ତାଙ୍କ ସମେତ ଜିଲ୍ଲା ଯୁବବିଜେଡି ସଂପାଦକ ରଶ୍ମିରଞ୍ଜନ ଚୈାଧୁରୀ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ସେ ଖୁବଶିଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

error: Thank You Keep Visiting