ନିର୍ମାଣ ହେବ ୪ ମିନି ଷ୍ଟାଡିୟମ

Straight to the Point
କଟକ: ପୂର୍ବାଞ୍ଚଳର ୪ଟି  ଖେଳପଡିଆକୁ ୮୦ଲକ୍ଷ ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମରେ ପରିଣତ କରାଯିବ। ଏଥିପାଇଁ ଗତ ମେ ମାସରୁ ପୂର୍ତ୍ତ ବିଭାଗ-୨କୁ ଆସିଥିବା ନିର୍ଦ୍ଦେଶକୁ  ଏବେ କାର୍ଯ୍ୟକାରୀ କରାଯାଉଛି । ୨୦୧୯ ଜାନୁଆରୀ ଶେଷ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ସରିବ ବୋଲି ଦାୟିତ୍ୱରେ ଥିବା ନିର୍ବାହୀଯନ୍ତ୍ରୀ  କହିଛନ୍ତି । ପୋତା ପୋଖରୀସ୍ଥିତ ନେତାଜୀ ଖେଳପଡିଆରେ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ କମଳାକାନ୍ତ ବିଦ୍ୟାପୀଠ, ଚାଉଳିଆଗଞ ଖେଳପଡିଆ ଓ ନୂଆବଜାର ହାଇସ୍କୁଲ ଖେଳପଡିଆରେ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । ଉପରୋକ୍ତ ୪ଟି ଖେଳପଡିଆରେ ୫୦ଫୁଟ ଲମ୍ବ ଓ ୧୫ଫୁଟ ଚଉଡାର ଦୁଇଟି ବ୍ଲକ ନିର୍ମାଣ କରାଯିବା ସହିତ ପ୍ରତ୍ୟେକ ବ୍ଲକରେ ଦର୍ଶକମାନେ ବସିବା ପାଇଁ ୮ଥାକିଆ ଗ୍ୟାଲେରୀ ନିର୍ମାଣ ହେବ ।ପ୍ରତ୍ୟେକ ଖେଳପଡିଆ ପାଇଁ  ୨୦ଲକ୍ଷ  ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଖେଳପଡିଆ ମଧ୍ୟରୁ କମଳାକାନ୍ତ ବିଦ୍ୟାପୀଠ, ଚାଉଳିଆଗଞ ଖେଳପଡିଆ ଓ ପୋତାପୋଖରୀ ଖେଳପଡିଆ ଖାଲ ଥିବାରୁ ଏଠାରେ କିଛି ମାଟି ପକାଇ ପଡିଆକୁ ସମାନ କରିବାକୁ ସାଧାରଣରେ ଦାବି ହୋଇଛି ।
error: Thank You Keep Visiting