କାର୍ତ୍ତିକେଶ୍ୱର ପୂଜା ଉପଲକ୍ଷେ ବାଦୀ ଦଣ୍ଡ ପ୍ରତିଯୋଗିତା

An Independent Media

ତାଳଚେର: ତାଳଚେର ପୈାରାଂଚଳର ୱାର୍ଡ଼ ନମ୍ବର ୧୧ରେ ଥିବା ‘ସଂଗ୍ରାମୀ ଯୁବ ଚେତନା ସେବା ସଂଘ’ ପକ୍ଷରୁ ପବିତ୍ର କାର୍ତିକେଶ୍ୱର ପୂଜା ଉପଲକ୍ଷେ ବାଦୀ ଦଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗଡ଼ସନ୍ତ୍ରୀ ଦଣ୍ଡ ଦଳ ଏବଂ କାଣ୍ଡସର ଦଣ୍ଡ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ମୂଖ୍ୟଅତିଥି ଭାବେ ଏବଂ ବିଶିଷ୍ଟ ଅତିଥି ଭାବେ ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠନିକ ଭାବେ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଅତିଥିଗଣ ନିଜ ବକ୍ତବ୍ୟରେ ପୁରାତନ କଳା ଓ ସଂସ୍କୃତି ଧୀରେଧୀରେ ଲୋପ ପାଇବାକୁ ବସିଥିବାବେଳେ ଏହି ଅନୁଷ୍ଠାନ ଏଭଳି ଏକ ଲୋକକଳାକୁ ବଂଚାଇ ରଖିଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ପୂର୍ବତନ କାଉନସିଲର ପ୍ରକାଶ ମହାରଣା,ଜିତେନ୍ଦ୍ର ଦାସ, ଯଶୋବନ୍ତ ଦାସ,ସାମ୍ବାଦିକ ପର୍ଶୁରାମ ବାରିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ସନାତନ ନାଏକ,ଶିବ ନାଏକ,କହ୍ନେଇ ନାଏକ,ବସନ୍ତ ନାଏକ ପ୍ରମୁଖ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବାଦୀ ଦଣ୍ଡ ପ୍ରତିଯୋଗିତାକୁ ବହୁ ଦର୍ଶକ ଉପଭୋଗ କରିଥିଲେ ।

error: Thank You Keep Visiting