ୱାକର୍ସ କ୍ଲବର ୨ୟ ବାର୍ଷିକ ଉତ୍ସବ

Straight to the Point

ତାଳଚେର : ଏମସିଏଲ ଲିଙ୍ଗରାଜ କ୍ଷେତ୍ରର ଦେଉଳବେଡା କଲୋନୀ ଠାରେ ଥିବା ମଙ୍ଗଳମ୍ ଭବନ ଠାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକମାତ୍ର ତାଳଚେର ଠାରେ ଥିବା ୱାକର୍ସ କ୍ଲବର ୨ୟ ବାର୍ଷିକ ଉତ୍ସବର ସଭାପତିତ୍ୱ କରିଥିଲେ କ୍ଲବର ସଭାପତି ଡ଼ଃ ଅଶୋକ ବେହେରା । ମୁଖ୍ୟ ଅତିଥି ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଆର୍.ବି. ରିଙ୍ଗେ, ଲିଙ୍ଗରାଜ ଖଣି ପ୍ରକଳ୍ପ ଅଧିକାରୀ ଏ.କେ. ଦେହୁରୀ ସମ୍ମାନୀତ ଅତିଥି, କଟକ ୱାକ୍ରସ୍ କ୍ଲବର କୋଷାଧ୍ୟକ୍ଷ ଅଶ୍ୱିନୀ ମହାନ୍ତି, କ୍ଲବର ଉପଦେଷ୍ଠା ଡ଼ଃ କୈଳାସ ବିଶ୍ୱାଳ, ସାଧାରଣ ସଂପାଦକ ଅଶୋକ ସାମନ୍ତ, କ୍ଲବର କୋଷାଧ୍ୟକ୍ଷ ସରକାରୀ ଓକିଲ ହରେକୃଷ୍ଣ ପାତ୍ର, ମଞ୍ଚ ପରିଚାଳନା କରିଥିଲେ ଇଂ ରାଜ କିଶୋର ନାଏକ, ସୁକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ୱାକର୍ସ କ୍ଲବର କୋଷାଧ୍ୟକ୍ଷ ନିଜ ବକ୍ତବ୍ୟରେ ରାଜ୍ୟରେ କେମିତି ୱାକରସ୍ କ୍ଲବ ଆରମ୍ଭ ହେଲା ଏବଂ କ୍ଲବ କିପରି ଅନ୍ତରାଷ୍ଟ୍ରିୟ ମାନ୍ୟତା ପାଇଛି ପ୍ରକାଶ କରିଥିଲେ । ସେ ଆଉ ମଧ୍ୟ ସୂଚାଇଥିଲେ ଯେ ୧୯୯୬ ମସିହାରେ ଜେଡ୍ଏନ୍ ଭେନୁସ ରାଜ୍ୟରେ ପ୍ରଥମେ ଏହି କ୍ଲବ ପ୍ରତିଷ୍ଠା କରିଥିଲେ । ଚାଲନ୍ତୁ ସୁସ୍ଥ ରୁହନ୍ତୁ ବୋଲି ସମସ୍ତ ମଞ୍ଚାସିନ ଅତିଥି କହିଲେ । ସାଧାରଣ ସଂପାଦକ ଅଶୋକ ସାମନ୍ତ ସଂପାଦକ ବିବରଣୀରେ ବକ୍ତବ୍ୟ ରଖିଥିଲେ । ବର୍ତ୍ତମାନ କ୍ଲବର ସଦସ୍ୟ / ସଦସ୍ୟା ୧୩୭ ଜଣ । ଧନ୍ୟବାଦ ଦେଇଥିଲେ ସୁମନ୍ତ ପ୍ରଧାନ । କ୍ଳବର ବରିଷ୍ଠ ସଦସ୍ୟ ଡ଼ ନିମାଇଁ ଚରଣ ପ୍ରଧାନ, ମନୋରଂଜନ ପ୍ରଧାନ, ଡ଼ଃ ଯୋଗଶ୍ ଜେନା, କନ୍ଦର୍ପ ସାହୁ, ପ୍ରହ୍ଲାଦ ପରିଡା, ରଂଜିତ ଘୋଷ, ପପୁ ଅଗ୍ରୱାଲ, ବିନୟ ଖିଲାର, ମନୋଜ ରାଏ, ବାଉରୀ ବଂଧୁ ବେଜ, ଧ୍ରୁବ ସେଠୀ, ଭାସ୍କର ସାହୁ, ପ୍ରଦୀପ ଦାସ, ରମେଶ ପ୍ରଧାନ, ପି. କେ ପାଣିଗ୍ରାହୀ, ଅର୍ଜ୍ଜୁନ ଭୁତିଆ, ପ୍ରଫୁଲ୍ଲ ଘଡେଇ, ଜଦୁନାଥ ସ୍ୱାଇଁ, ପ୍ରତାପ ପ୍ରଧାନ, ୟୁବିଆଇ ପ୍ରବନ୍ଧକ ଆନନ୍ଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting