ନାଚଗୀତରେ ଝୁମିଲା ବିଜୁ ମଇଦାନ
ଅନୁଗୋଳ : ଅନୁଗୋଳ ବିଜୁ ମଇଦାରେ ଡ୍ରିମ ଫାଉଣ୍ଡେସନ ପକ୍ଷରୁ ପ୍ରଥମ ଅନୁଗୋଳ ଉକ୍ରର୍ଷ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟସଭା ସାଂସଦ ତଥା ପନ୍ମ ବିଭୂଷଣ ପଣ୍ଡିତ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ, ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର, ନାଲକୋ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଯୁବ ଓ ନବ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଲଲହଡା ବିଧାୟକ ମହେଶ ସାହୁ, ପ୍ରତାପ ପ୍ରଧାନ, ଆଶିଷ ଅଗ୍ରୱାଲ, ବଳ ଗୋଚ୍ଛାୟତ, ସାଥୀ ପରିବାର, ବି.କେ ଟ୍ରେଡର୍ସ, ଆଦର୍ଶ ଗ୍ରୁଫ ଅଫ ଇନଷ୍ଟିଚ୍ୟୁସନ, ପାର୍ବତୀ ହିରୋ, ରେଣୁବାଳା ସାହୁ, ଟି. ସୌରୀ, ଦେବରଞ୍ଜନ ସାମଲ, ପଲକ ମହାପାତ୍ର, ଅନିଷା ସିହ୍ନା, ନାଷଲା, ଲିପ୍ସା ବଳ, ସୁଦର୍ଶନ ମହାପାତ୍ର, ସୁଦୀପ ମିଶ୍ର, ଏମସିଏଲକୁ ସମ୍ମାନିତ କରାଯାଇଥିଲା । ସଭା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଜୁ ମଇଦାନକୁ ଝୁମେଇ ଦେଇଥିଲା । କମେଡିଆନ ପ୍ରଜ୍ଞା ଖଟୁଆ, ଅଭିନେତ୍ରୀ ଶିବାନୀ, କଣ୍ଠଶିଳ୍ପୀ ତାରିକ୍ ଅଜିଜଙ୍କ ସମେତ ବିଭିନ୍ନ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଲ୍ଲାସ ବେହୁରା ଓ ଲିପସା ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ସୌରୀ ରଞ୍ଜନ ପଣ୍ଡା, ଜୟନ୍ତ କର, ଶୋଭକାନ୍ତ ଦାସ, ସାଗର ସୌଭାଗ୍ୟ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।