ମୁଣ୍ଡରିବେଡା ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ
ପାଲଲହଡା: ଶିକ୍ଷାର ସମୃଦ୍ଧି ବିନା ଅଞ୍ଚଳର କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ପାଲଲହଡା ବ୍ଲକ ସ୍ଥିତ ମୁଣ୍ଡୁରିବେଡା ପଞ୍ଚାୟତ ସଦର ମହକୁମାର ପ୍ରାଥମିକ ବିଦ୍ୟାଳୟର ଶତବବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଲ୍ୟଗିରି କଲେଜର ଇତିହାସ ଅଧ୍ୟାପକ ଡ଼ଃ ପ୍ରଶାନ୍ତ ସାହୁ ମୁଖ୍ୟ ବକ୍ତା ଏବଂ ବ୍ଲକ ଅଧ୍ୟକ୍ଷ ମୁକେଶ ପାଳ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାସରଥୀ ଶୁଣ୍ଢି, ମୁଣ୍ଡରିବେଡା ସରପଞ୍ଚ ଜନନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନର ଇତିହାସ ଓ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଠ ହୋଇ ବିଭିନ୍ନ ପର୍ଯ୍ୟାୟରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସର୍ବ ପୁରାତନ ତିନି ଜଣ ଛାତ୍ର ରବିଚନ୍ଦ୍ର ସାହୁ, ହଳଧର ପ୍ରଧାନ ଏବଂ ତ୍ରିଲୋଚନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ଦିନ ୧୨ ଟାରେ ମନ୍ତ୍ରୀ ଜନତା ହାଇସ୍କୁଲ ସମ୍ମୁଖରେ ଥିବା ପଡିଆରେ ହେଲିକ୍ୟାପଟର ଯୋଗେ ପହଞ୍ôଚଥିଲେ ଏବଂ ପଦଯାତ୍ରାରେ ଗାଁ ସ୍କୁଲକୁ ପ୍ରବେଶ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।