୪୯୦ ଜଣଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ

An Independent Media

କଣିହାଁ : କଣିହାଁ ବ୍ଲକ ତାଳଚେର ନିର୍ବାଚନ ମଣ୍ଡଳୀ ଅଧିନ ୭ଟି ପଂଚାୟତର ୪୯୦ ହିତାଧିକାରୀଙ୍କୁ ନୂତନ ଭତା ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ୪୯୦ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କରିଥିଲେ । ବିଧାୟକ ବିଜିଗୋଳ ପଂଚାୟତର ୫୪ ଜଣ, ଗଦାଶିଳା ପଂଚାୟତର ୪୩, ଜରଡା ପଂଚାୟତର ୪୮ ଜଣ, ବଡଗୁଣ୍ଡୁରି ପଂଚାୟତର ୭୫ ଜଣ, ସାନତ୍ରିବିଡା ପଂଚାୟତର ୬୪ ଜଣ ହିତାଧିକାରୀଙ୍କୁ ଭଡା ବଂଟନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ବିଡିଓ ରମେଶ କୁମାର ଜେନା, ବିଜିଗୋଳ ସରପଂଚ ଦୁଃଶାସନ ସାହୁ, ଗଦାଶିଳା ସରପଂଚ ଯେମାମଣୀ ନାଏକ, କଣିହାଁ ସରପଂଚ ସୁଲୋଚନା ପ୍ରଧାନ, ଜରଡା ସରପଂଚ ସୁମିତ୍ରା ଦାସ, ବଡଗୁଣ୍ଡୁରି ସରପଂଚ ଲୋକନାଥ ସାହୁ, ବଡତ୍ରିବିଡା ସରପଂଚ ମିନା ନାୟକ, ସମିତି ସଭ୍ୟା ସଂଜୁଲତା ଗଡନାୟକ, ସାନତ୍ରିବିଡା ସରପଂଚ ବାବୁଲା ସେଠୀ, ସମିତି ସଭ୍ୟା ତୃପ୍ତିମୟୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ମିଶ୍ର, ବୁଲୁ ବିଶ୍ୱାଳ ପ୍ରମୁଖ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପରମାନନ୍ଦ ପରିଡା, ବିଜେଡି ମିଡିଆସେଲ ସଂଯୋଜକ ନିର୍ମଳ ସାହୁ, ସୁନିଲ କୁମାର ପ୍ରଧାନ, ରଂଜନ କୁମାର ସାହୁ, ବୃନ୍ଦାବନ ପ୍ରଧାନ, ଈଶ୍ୱର ଚନ୍ଦ୍ର ସାହୁ, ଜିତେନ ନାଏକ, ବିରଞ୍ôଚ ସାହୁ, ପ୍ରକାଶ ବେହେରା, ଗୀତାଞ୍ଜଳି ନାୟକ, ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting