ନାଉଗାଁ ବ୍ଲକରେ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ମିଶିଲେ
ଜଗତସିଂହପୁର: ଜଗତସିଂହପୁର ନିର୍ବାଚନ ମଣ୍ଡଲୀ ନାଉଗାଁ ବ୍ଲକର ଶିଖର ଗ୍ରାମପଞ୍ଚାୟତର ବରଦା ଓ ପାରିଶିଖର ଗ୍ରାମର ଏଗାର ପରିବାର ସଦସ୍ୟ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁଜନତା ଦଳରେ ସାମିଲ ହୋଇଛନ୍ତି । ବିଜୁଜନତା ଦଳର ସଭାପତି ତଥା ରାଜ୍େୟଯାଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଭୁବନେଶ୍ୱର ବାସଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ତଥା ସାଧାରଣ ଲୋକଙ୍କପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟତଥା ତାଙ୍କ ଆର୍ଦଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତାଦଳରେ ସାମିଲ ହୋଇଥିବା ଦିଲ୍ଲିପ ପରିଡା, ଛବିନ୍ଦ୍ର ବରାଳ, ଭାବଗ୍ରାହୀ ବରାଳ, ବିଶ୍ୱଜିତ ବରାଳ, ମନୋଜ ବାରିକ, ଆଦିତ୍ୟ ପରିଡା, ସରୋଜ ବାରିକ ଶୁଭକାନ୍ତ ସ୍ୱାଇଁ, ମିଲନ ବାରିକ ନକୁଳ ପରିଡା ବିପ୍ରଚରଣ ପରି ଡା ପ୍ରମୁଖ ପ୍ରକାଶ କରିଛନ୍ତି ।
ଏହି ମିଶ୍ରଣ ଉତ୍ସବରେ ଜିଲ୍ଲା ବିଜୁଜନତା ଦଳର ଯୁବ ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ପୌରାଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନତୀ ଦାସ, ବିଜୁଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଚୌଧୁରୀ, ଶିଖର ଗ୍ରାମପଞ୍ଚାୟତର ଯୁବ ସଭାପତି ବିଜୟ କୁମାର ବାରିକ ଉପସ୍ଥିତ ଥିଲେ । ଶିଖର ପଞ୍ଚାୟତର ବରଦା ଓ ପାରିଶିଖର ଗ୍ରାମର ଏଗାର ପରିବାର ର ସଦସ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ବିଜେଡି ଯୁବ ସଭାପତି ଅମରେନ୍ଦ୍ର ଦାସ ସ୍ୱାଗତ କରିଛନ୍ତି ।