ଟ୍ରକ ଧକ୍କାରେ ଯୁବକ ଗୁରୁତର, ରାସ୍ତାରୋକ
ତାଳଚେର : କଣିହାଁ ବ୍ଲକ ବିଜିଗୋଳ ଗ୍ରାମର ସନ୍ତୋଷ ସାହୁ ଦିନ ପ୍ରାୟ ଅଢେଇଟା ସମୟରେ ଏକ ବାଇକ (ଓଆର ୧୯ ପି ୪୦୭୫)ରେ ଥର୍ମାଲ ପଟରୁ ତାଳଚେର ଆଡକୁ ଆସୁଥିବା ବେଳେ ଏକ ଟ୍ରକ (ଓଡି ୧୯ ଏଫ୍ ୦୩୨୨) ତାଙ୍କୁ ନୂଆପଡା ଗ୍ରାମ ନିକଟରେ ଧକ୍କା ଦେଇଥିଲା । ସନ୍ତୋଷଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ୫୫ ନମ୍ବର ଜାତୀୟ ରାଜପଥର ଏହି ସ୍ଥାନରେ ଗୋଟିଏ ମାସରେ ୪ଟି ଦୁର୍ଘଟଣା ଘଟିଥିବାରୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ପୁଲିସ୍ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୁ ଓହରିଥିଲେ ।