କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଅନୁସୂଚିତ ଜାତି ଓ ଜନଜାତି ଶାଖା ପ୍ରତିବାଦ ସଭା ଓ ଧାରଣା

An Independent Media

ପାଲଲହଡା : ଢେଙ୍କାନାଳ ଲୋକସଭା କ୍ଷେତ୍ରର ତଥା ରାଜ୍ୟ ବିଧାନସଭା ନଂ ୫୯ ର ପାଲଲହଡା ବ୍ଲକ କାର୍ଯ୍ୟାଳୟ ଠାରେ କେନ୍ଦ୍ର ସରକାରର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ମିଳୁଥିବା ସହାୟତା ବୃତ୍ତିକୁ କେନ୍ଦ୍ରୀୟ ଅନୁଦାନ କାଟ କରିଥିବା ପ୍ରତିବାଦରେ ପାଲଲହଡା ବ୍ଲକ ସମ୍ମୁଖରେ ରାଜ୍ୟ ବିଜେଡି ଅନୁସୂଚିତ ଜାତି ଓ ଜନଜାତିର ଉପସଭାପତି ତଥା ଜିଲ୍ଲା ଯୋଜନା ବୋଡ ଅଧ୍ୟକ୍ଷ ବିଧାୟକ ମହେଶ ସାହୁଙ୍କ ନେତୃତ୍ୱରେ ଛାମୁଆ ସଂଗଠନ, ଶହ ଶହ କର୍ମୀ, ପସନ୍ନ ସାହୁ, ବ୍ଲକ ବିଜେଡି ସଭାପତି ଯୋଗେଶ ଭୁକ୍ତା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ ଉପସ୍ଥିତିରେ ପ୍ରତିବାଦ ସଭା ଓ ଧାରଣା ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ନିଜ ମନ୍ତବ୍ୟରେ କହିଥିଲେ ଯେ ଭାଷଣ ବାଜି ଓ କେନ୍ଦ୍ର ସରକାରର କଥା ସୁନ୍ଦର, କିନ୍ତୁ ଉନ୍ନୟନ କାମ ଠପ୍ । ଉଜ୍ଜ୍ୱଳା ଗ୍ୟାସରେ ଗରିବ ଭଉଣୀ ମାନଙ୍କୁ ଚୁଲି ଫୁଙ୍କା ବଦଳରେ ମାଗଣା ଗ୍ୟାସ ବିତରଣ କଲେ, । ଗ୍ୟାସ ଭରିକରିବା ମାଗଣା ନଥିବାରୁ ୪୪୦ ଭୋଲଟ୍ ଗ୍ୟାସ ଦର ଥିବାରୁ ପୁଣି ଚୁଲି ଫୁଙ୍କିବାରେ ଲାଗିଲେଣି । ଘରକୁ ଅତିଥି ଆସିଲେ ସିଲିଣ୍ଡର ଉପରେ ବସିବା ପାଇଁ ଦିଅନ୍ତି । କେନ୍ଦ୍ର ସରକାର ଏସ୍.ସି ଓ ଏସ୍ଟି ଛାତ୍ର ଓ ଛାତ୍ରୀ ମାନଙ୍କୁ ମିଳୁଥିବା ସହାୟତା ରାଶି ବନ୍ଦ କରିଥିବାରୁ ନିନ୍ଦା ପ୍ରକାଶ କରିଥିଲେ । ଆସନ୍ତା ୫ ତାରିଖରେ କଣିହାଁ ବ୍ଲକ ଅଫିସ ସାମନାରେ ମଧ୍ୟ ଏସ୍ସ ଓ ଏସ୍ଟି କର୍ମୀଗଣ ସ୍ଥାନୀୟ ନେତାଙ୍କୁ ଧରି ପ୍ରତିବାଦ ସଭା ଓ ଧାରଣା ଅନୁଷ୍ଠିତ ହେବ ।

error: Thank You Keep Visiting