ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରକୁ ଲୋକଙ୍କ ଭରଷା ନାହିଁ

Straight to the Point

ଜଗତସିଂହପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ଜିଲ୍ଲା ଓ ବ୍ଲକ୍ସ୍ତରରେ ଅନୁଷ୍ଠିତ ହେଉଛି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର । ଯେଉଁ ଶିବିରର ଉଦ୍ଦେଶ୍ୟ ସାଧାରଣ ଲୋକେ ଅର୍ଥ ଓ ସମୟର ଅପବ୍ୟୟ ନକରି ନିଜ ବ୍ଲକ୍ ନିକଟରେ ନିଜର ସମସ୍ୟାକୁ ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଗୁହାରୀ କରିବେ । ଏହି ଗୁହାରୀ ସମୟରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସେଠାରେ ଉପସ୍ଥିତ ଥିବେ । ଶିବିରର ମୂଖ୍ୟ ଜିଲ୍ଲାପାଳ ଅଭିଯୋଗକାରୀର ସମସ୍ୟାକୁ ସୁଧାରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ । ମାତ୍ର ସମୟକ୍ରମେ ଏହି ଜନ ଶୁଣାଣି ଶିବିରକୁ ଜିଲ୍ଲାର ସବୁ ବିଭାଗୀୟ ଅଧିକାରୀ ଆସୁନାହାଁନ୍ତି ବା ଆସିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ଅଭିଯୋଗପତ୍ରକୁ ବିଡାରେ ବାନ୍ଧି କୁଆଡେ ନଉଇଯାଉଛନ୍ତି ଆଉ ଖୋଜିଲେ ବି ମିଳୁନାହିଁ ।

ଏହିପରି ବିଭାଗୀୟ ଅଧିକାରୀଙ୍କ କାରନାମା ଯୋଗୁଁ ଜନସାଧାରଣଙ୍କ ଆଉ ଭରଷା ନାହିଁ ଏହି ଜନଶୁଣାଣି ଶିବିର ଉପରେ । ପ୍ରକାଶ ଥାଉକି ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ରଘୁନାଥପୁର ବ୍ଲକ୍ ଅଧିନରେ ଆରମ୍ଭ ହୋଇଥିଲା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର । ଯେଉଁ ଶିବିରରେ ଅଭିଯୋଗକାରୀଙ୍କ ସଂଖ୍ୟା ବହୁ କମ୍ଥିଲା । ଶିବିରରେ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ, ଏସ୍.ପି. ପ୍ରକାଶ ଆର୍, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ, ଏସଡିପିଓ ଶିବ ଚରଣ ମଲ୍ଲିକ୍, ତହସିଲଦାର ଦେବାଶିଷ୍ ପାତ୍ର, ବିଡିଓ ପଞ୍ଚାନନ ପଟ୍ଟାୟତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲା ବେଳେ ବ୍ଲକ୍ ତଥା ଜିଲ୍ଲାର ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ୍ ୩୫ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସର୍ବାଧିକ ରାସନକାର୍ଡ ସଂପର୍କୀୟ ଅଭିଯୋଗ ଥିଲା । ତେବେ ରାସନକାର୍ଡରେ ଜାଲିଆତି ହେବା ଓ ପରିଣତ ବୟସରେ ଉପନୀତ ବହୁ ବୃଦ୍ଧବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ବିଡିଓ ପଞ୍ଚାନନ ପଟ୍ଟାୟତ ଜାଣିଶୁଣି ମଞ୍ଜୁର ନକରିବା ।

ଆବେଦନକାରୀଙ୍କ ଭତ୍ତା ଫର୍ମକୁ ଅଫିସରୁ ଫୋପାଡିଦେବା ଆଦି ଅଭିଯୋଗରେ ଶିବିର ପରିସର କମ୍ପିଥିଲା । ଏଥିପାଇଁ ହିତାଧିକାରୀ ବାରମ୍ବାର ବ୍ଲକ୍ ଦୌଡି ନୟାନ୍ତ ହେବା ପରେ ରଘୁନାଥପୁର ସରପଞ୍ଚ ପ୍ରମୋଦ ଜେନା, ତାରପୁର ସରପଞ୍ଚ ସରୋଜ ଦାସ, ଅଢେଇକୂଳ ସରପଞ୍ଚ ଶେଷଦେବ ସେଠୀ, ତଅଁରା ସରପଞ୍ଚ କବିତା ନାୟକ, ଏରଡଙ୍ଗା ସରପଞ୍ଚ ସବିତା ମହାନ୍ତି, ଜଗନ୍ନାଥପୁର ସମିତି ସଭ୍ୟ ମେହମୁଦ୍ ବେଗ, ଚିକିଣିଆ ସମିତିସଭ୍ୟା ପ୍ରମିଳା ଦେଇ, ଛପଡା ସମିତିସଭ୍ୟା କାଦମ୍ବିନି ସ୍ୱାଇଁ ପ୍ରମୁଖ ବିଡିଓଙ୍କ ମନମୁଖି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ଏଥିରେ ଅଭିଯୋଗ କରିବା ପାଇଁ ଆସିଥିବା ଚିକିଣିଆ ପଞ୍ଚାୟତର ଗୋଟିଏ ଗୋଡ ନଥିବା ବ୍ୟକ୍ତି ବିମଳ ପ୍ରସାଦ ସ୍ୱାଇଁ, ୭୨ବର୍ଷୀୟ ରବୀନ୍ଦ୍ରନାଥ ମହାନ୍ତି, ସାଦେଇପୁରର ୬୨ବର୍ଷୀୟ ପରିକ୍ଷୀତ ସିଂ ଯିଏକି ପୋଲିସ ପ୍ରଶାସନରୁ ନ୍ୟାୟ ପାଉନାହିଁ ପ୍ରମୁଖ ଅର୍ନ୍ତଭୁକ୍ତ ଅଛନ୍ତି । ତେବେ ମୋଟାମୋଟି ଭାବେ ମାତ୍ର ଅଳ୍ପ ବ୍ୟକ୍ତି ଅଭିଯୋଗ ପାଇଁ ଆସିଥିଲେ ମଧ୍ୟ ସେମାନେ କହୁଥିଲେ ଯେ ବ୍ଲକ୍ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଆଦେଶକୁ ଗୁରୁତ୍ୱ ଦେଉନାହାଁନ୍ତି ବୋଲି ମତଦେଇ ଦୁଃଖରେ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting