ଅଧ୍ୟାପକ କୈଳାସ ଦାସଙ୍କ ଅକାଳ ବିୟୋଗ

Straight to the Point

ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସ(୫୯)ଙ୍କର ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେ ଜଣେ ଉଚ୍ଚକୋଟିର ବକ୍ତା, ମିଷ୍ଟଭାଷୀ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ପରିଚିତ ଥିଲେ । ସାଉଥବଲଣ୍ଡା ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲା ବେଳେ ପାଲଲହଡା ସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଥିଲେ । ତେବେ ଗତବର୍ଷ ତାଳଚେର ମହାବିଦ୍ୟାଳୟକୁ ବଦଳି ହୋଇ ଅଧ୍ୟାପନା କାର୍ଯ୍ୟ କରୁଥିଲେ ।

ତାଙ୍କର ମର ଶରୀରକୁ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ ପ୍ରାଙ୍ଗଣରେ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା । ତାଳଚେର କଲେଜର ପରିଚାଳନା କମିଟ ସଭାପତି ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର କଲେଜର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁ, ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ବେହେରା ଓ ଯୁକ୍ତ ୩ ଡିଗ୍ରୀ କଲେଜର ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ତାଙ୍କ ପତ୍ନୀ ମୃଣ୍ମୟୀ ମିଶ୍ର ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ଥିଲା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିବା ଜଣା ପଡିଛି । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ପାଲଲହଡା ବିଧାୟକ ମହେଶ ସାହୁ ଓ ପୁର୍ବତନ ସାଂସଦ ରବି ନାରାୟଣ ପାଣିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

error: Thank You Keep Visiting