ତାଳଚେର-ବିମଳାଗଡ ରେଳପଥ ନିର୍ମାଣରେ ବିଳମ୍ବ ପାଇଁ ଡି.ଆର.ଏମ୍.ଙ୍କ ତାଗିଦ୍

Straight to the Point

ତାଳଚେର :ତାଳଚେରର ଦେଉଳବେଡା ରେଳ ଲାଇନ ସବୁଠାରୁ ପୁରୁଣା । ଏହି ରେଳ ଲାଇନ୍କୁ ଲାଗି ତାଳଚେର ବିମଳାଗଡର ନୂତନ ରେଲ ଲାଇନ୍ ନିର୍ମାଣ ଚାଲିଛି । କାମ ନିମ୍ନମାନର ଓ କାର୍ଯ୍ୟରେ ବହୁ ବିଳମ୍ବ ଘଟୁଛି । ଦେଉଳବେଡା ରେଳଲାଇନ୍ ଓ ସାଇଡିଂରୁ ଦୈନିକ ୩/୪ ର‌୍ୟାକ କୋଇଲା ଧରି ଯାଉଛି । ତା ୦୫/୧୨/୧୮ ରିଖ ଦିନ ତାଳଚେର – ବିମଳଗଡ ନୂତନ ରେଳ ପଥ ଓ ଦେଉଳବେଡା ରେଳ ଲାଇନକୁ ଖୋର୍ଦ୍ଧା ଡିଭିଜନର ଡି.ଆର.ଲମ୍ ବି.ଏମ ଅଗ୍ରୱାଲ, ସିନିୟର (ଡି.ଓ.ଏମ୍, ଡି.ଇ ନାଗପୁର, ଡି.ଏମ୍.ଇ, ଡି.ଇ.ସି), ଏ.ଆର.ଏମ୍, ତାଳଚେର, ଏମସିଏଲ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଆର. ବି. ରିଂଗେ, ଉପ ମହାପ୍ରବନ୍ଧକ (ସିଭିଲ, ଇ ଆଣ୍ଡ ଏମ୍) ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଡି.ଆର୍.ଏମ୍ ତାଗିଦ୍ କରିବା ସହିତ ଯଥା ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କର ବୋଲି କହିଥିଲେ । ଏଥି ସହିତ ଦେଉଳବେଡା ରେଲୱେ ସାଇଡିଂକୁ ଉନ୍ନତିକରଣ କରିବା ପାଇଁ ଲିଙ୍ଗରାଜ ଜି.ଏମଙ୍କୁ କହିଥିଲେ । ଆମ ପ୍ରତିନିଧିଙ୍କୁ ନିଜର ମତାମତ ଦେଇ କହିଥିଲେ ଯେ ତାଳଚେର ରେଲୱେ ଷ୍ଟେସନର ଉନ୍ନତି ପାଇଁ ରେଳ ମନ୍ତ୍ରାଳୟ ସବୁ ବେଳେ ସହଯୋଗ କରିବ ।

error: Thank You Keep Visiting