ପୁଣି ଦବିଲା ତାଳଚେର ସହର : ସାଢେ ୩ ଫୁଟ୍ ତଳକୁ ଦବିଲା ମାଟି

An Independent Media

ତାଳଚେର ଟାଉନ୍ ଥାନା ସମ୍ମୁଖ ସ୍ୱର୍ଗତ ରବି ବାଇ ଓ ଶାନ୍ତିଲତା ବାଇଙ୍କ ଘରେ ଗତକାଲି ରାତିରେ ଭୂପୃଷ୍ଠକୁ ମାଟି ଦବିବା ନେଇ ପରିବାର ଲୋକେ ଭୟଭିତ ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ତାଳଚେର ଦେଉଳବେଡା ର ଚମ୍ପାପଶି ଭୂତଳ କୋଇଲା ଖଣିଟି ତାଳଚେର ଟାଉନ୍ ମଧ୍ୟ ଭାବରେ ଅବସ୍ଥିତ । ବହୁ ପୂର୍ବରୁ ଏଠାରେ ଭୂଗର୍ଭରେ କୋଇଲା ଥିବାରୁ ଭୂତଳ କୋଇଲା ଖଣି ଗଢ଼ି ଉଠିଥିଲା । କାଳକ୍ରମେ ଏଠାରୁ କୋଇଲା ଉତୋଳନ ପରେ କୋଇଲା ଖଣି କର୍ତୃପକ୍ଷ ବାଲି ଭର୍ତି କରିବାର ନିୟମ ଥିଲେ ମଧ୍ୟ ଯଥଷ୍ଟେ ପରିମାଣର ବାଲି ଭର୍ତି କରାଯାଇନଥିବାରୁ ଏଭଳି ମାଟି ଦବୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଭଳି ମାଟି ଦବିବା ତାଳଚେର ପାଇଁ ନୂଆ କଥା ନୁହେଁ । ଏହା ପୂର୍ବରୁ ଗତ କିଛି ବର୍ଷ ପୂର୍ବରୁ ତାଳଚେର ସହରର ମଧ୍ୟ ଭାଗରେ ହାଟତୋଟା ନବମିଶ୍ର କଲୋନୀରେ ମଧ୍ୟ ମାଟି ଦବି ଯାଇଥିଲା ।

ସେହିପରି ହାଟତୋଟା ସାଇ ମନ୍ଦିର ପାଖରେ ମଧ୍ୟ ଗତ ବର୍ଷ ମାଟି ଦବିବାରୁ ବିରାଟ ଗର୍ତ ସୃଷ୍ଟି ହୋଇଥିଲା । କୋଇଲା ଖଣି କର୍ତୃପକ୍ଷ ସେଠାରେ ବାଲି ଭର୍ତି କରିଥିଲେ । ବାରମ୍ବାର ଏଭଳି ମାଟି ଦବିବା ନେଇ ତାଳଚେର ବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଗତ ୧୦ ବର୍ଷ ହେଲା ଚମ୍ପାପଶି ଭୂତଳ କୋଇଲା ଖଣିଟି ବନ୍ଦ ହୋଇଯିବା ପରେ ଖଣି କର୍ତୃପକ୍ଷ ଆଉ ବାଲି ଭୂପୃଷ୍ଠକୁ ଭର୍ତି କରୁ ନାହାନ୍ତି । ଫଳରେ ବାରମ୍ବାର ଏଭଳି ମାଟି ଦବୁଛି । ଗତକାଲି ରାତି ୮ ଘଟିକା ସମୟରେ ଶ୍ରୀମତୀ ବାଇଙ୍କ ଘରେ ମାଟି ଦବିବା ଫଳରେ ସେଙ୍ଗ ସେମାନେ ଘର ବାହାରକୁ ଭୟରେ ପଳାଇ ଆସିଥିଲେ ।

ଏହି ଘଟଣା ଘଟିକା ପରେ ଆଖପାଖ ଅଂଚଳର ବହୁ ଜନସାଧାରଣ ଦେଖିବା ପାଇଁ ତାଙ୍କ ଘରକୁ ଆସିଥିଲେ । ସେଠାରେ ପ୍ରଶାସନ ପହଂଚି ମାଟି ଦବିବା ଦେଖିବା ସହିତ ଖଣି କର୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି । ଉପଯୁକ୍ତ କ୍ଷତି ପୂରଣ ଓ ସୁରକ୍ଷା ଯୋଗାଇବା ଦାବୀ ନେଇ ଆଜି ତାଳଚେର ବନ୍ଦ ମଧ୍ୟ କରାଯାଇଛି । ପ୍ରାୟ ୧/୨ ଘଣ୍ଟା ବିତିଗଲା ପରେ ମଧ୍ୟ ପ୍ରଶାସନ ବା ଖଣି ଅଞ୍ଚଳର ଅଧିକାରୀ ଦେଖା ଯାଇ ନଥିଲା । ଏମସିଏଲର ଏପରି ଖାମ୍ ଖିଲାପି ପାଇଁ ବିଧାୟକ ବ୍ରଜ କିଶୋର ପ୍ରଧାନ ଘୋର ନିନ୍ଦା କରିଛନ୍ତି । ବିଧାୟକ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ ଏଥିପାଇଁ ଏମସିଏଲ ଦାୟୀ ।

error: Thank You Keep Visiting