କଣିହାଁ ଗାନ୍ଧୀ ମୂର୍ତ୍ତିଠାରେ ବିଜେଡି ଅନୁସୂଚିତ ଜନଜାତିର ବିକ୍ଷୋଭ ଓ ପ୍ରତିବାଦ ସଭା
କଣିହାଁ : କଣିହାଁ ବ୍ଲକ ପ୍ରଜାମଣ୍ଡଳ ଭବନ ଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ରାଜ୍ୟ ବିଜେଡି ଅନୁସୂଚିତ ଜନଜାତିର ଉପସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁଙ୍କ ନେତୃତ୍ୱରେ ପାଲଲହଡା ନିର୍ବାଚନ ମଣ୍ଡଳୀ କଣିହା ବ୍ଲକ ଅନୁସୁଚିତ ଜନ ଜାତିର ସଦସ୍ୟ ଓ ସଦସ୍ୟା ଶହ ଶହ ବଡ ପଟୁଆରେ ଆସି ବିକ୍ଷୋଭ ଓ ପ୍ରତିବାଦରେ ଭାଗ ନେଇଥିଲେ । ନେତ୍ରୀ ମଞ୍ଜୁଲତା ପ୍ରଧାନ, ରଂଜନ ସାହୁ, ବୁଦ୍ଧିମନ୍ତ ସାହୁ, ସୁନୀଲ ପ୍ରଧାନ, ସରପଞ୍ଚ, ସମିତି ସଦସ୍ୟ / ସଦସ୍ୟାଙ୍କ ସହଯୋଗରେ କର୍ମୀମାନେ ଭାଗ ନେଇଥିଲେ । କେନ୍ଦ୍ର ସରକାରଙ୍କର ଏସ୍ସି ଓ ଏସ୍ଟି ଛାତ୍ର ଓ ଛାତ୍ରୀଙ୍କୁ ଆଗରୁ ମିଳୁଥିବା ବୃତ୍ତି ଅର୍ଥ ରାଜ୍ୟ ସରକାର ୧୦% ଓ କେନ୍ଦ୍ର ସରକାର ୯୦% ହୋଇଥିବା ବେଳେ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି କେନ୍ଦ୍ରର ୨୦% ଓ ରାଜ୍ୟର ୮୦% । କେନ୍ଦ୍ର ସରକାରଙ୍କର ଏହି ଛାତ୍ର ବିରୋଧୀ ଆଚରଣ ପାଇଁ ରାଜ୍ୟ ବିଜେଡି ଅନୁସୁଚିତ ଜନଜାତି ଓ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି ।