ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତରେ ତିର୍ତ୍ତୋଲ ବିଧାୟିକାଙ୍କଦ୍ୱାରା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରଥମେ ସାଁହାଶଠାରେ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିବା ପରେ ଗୋବିନ୍ଦପୁରଠାରେ ମିଶନ ଶକ୍ତି ଗୃହନିର୍ମାଣର ଶିଳାନ୍ୟାସ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହର ଉଦ୍ଘାଟନ, ଇଶାଣେଶ୍ୱର ମନ୍ଦିର ପରିସରରେ ଓ ଅରଡଙ୍ଗଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଓ ବାରବାଟିଆ ଗ୍ରାମରେ ଅଲହବିବ ଗୋଷ୍ଠୀ କେନ୍ଦ୍ର ନିର୍ମାଣର ଶିଳାନ୍ୟାସ କରିଥିଲେ ।
ଭଟ୍ଟଗ୍ରାମଠାରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ ଓ ଭରସମ୍ପାଠାରୁ ଭଟ୍ଟ ଗ୍ରାମ ଭାୟା ସାଁହାଶ ଶାସନ କିନାଇଲୋ ଅର୍ଜୁନମଠ ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କରିଥିଲେ । ପଂଚାୟତ ସରପଂଚ ରମେଶଚନ୍ଦ୍ର କୁଅଁରଙ୍କ ତତା୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲା ପରିଷଦ ସଭ୍ୟ ଲିପାଲି ରାଉଳ, ତପନ ମହାନ୍ତି, ସର୍ବେଶ୍ୱର ସ୍ୱାଇଁ, ନାରାୟଣ ଭୋଳ, ରଞ୍ଜିତ ସ୍ୱାଇଁ, ଶତ୍ରୁଘ୍ନ ଦାସ, ସୁକାନ୍ତ ସ୍ୱାଇଁ, ଶିକ୍ଷାବିତ ଦିବାକର ନନ୍ଦ, ବିଜୟ ସୂତାର, ସାରଦା ଖୁଂଟିଆ, ରମେଶ ନାୟକ, ଅଲେଖ ବାରିକ, ନାରାୟଣ ବାରିକ, ଅନିରୁଦ୍ଧ ବାରିକ, ରଞ୍ଜନ ଖୁଂଟିଆ, ଅକ୍ଷୟ ଦାସ, ଜିତେଶ ଛାଟୋଇ, ନିମାଇଁ ବିଶ୍ୱାଳ, ସୁବାଷ ଖୁଂଟିଆ, କେଦାର ବାରିକ, ଧ୍ରୁବ ଖଟୁଆ, ଆରବ ଶାହା, କଲିମଉଦ୍ଧିନ ସାହା, ସତ୍ୟପ୍ରକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରାହ୍ନରେ ବିଧାୟିକା ଡାକ୍ତର ମଲ୍ଲିକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କ୍ରିଷ୍ଣାନନ୍ଦପୁର ପଂଚାୟତର କୈବର୍ତ ସାହିଠାରେ ମିଶନ ଶକ୍ତି ଗୃହନିର୍ମାଣ, ଆଜାଦ ହିନ୍ଦ ପାଠାଗାର ଓ ଅବସର ବିନୋଦନ କେନ୍ଦ୍ର ଗୃହ, ଗଣେଶ୍ୱରୀ ମିଶନ ଶକ୍ତି ଗୃହ ନିର୍ମାଣ, ପାଇକା କୂଳ ଖେଳପଡିଆ ଉନ୍ନତିକରଣ, ମୀର ମହଲାଠାରେ ଗୋଷ୍ଠୀକେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଏଥିରେ ଶେଖ ଆୟୁବ ଅଲ୍ଲୀ, ମହମ୍ମଦ ଆଜାଦ ଅହମ୍ମଦ, ମହମ୍ମଦ ଅବଦୁଲ ମାଜୁଦ(ଲକି), ଶେଖ ଅସଗର ଅଲ୍ଲୀ, ମୁବାରକ ତାବରେଜ ଅହମ୍ମଦ, ସାକିର ଅଲ୍ଲୀ, ଜାମିଲ ଅହମ୍ମଦ, ଶେଖ ଗଫୁର, ମୀର ଅଫୱାନ ଅଲ୍ଲୀ, ଜାହୁର ମହମ୍ମଦ, ରିଜୱାନ ଅଲ୍ଲୀ, ଶେଖ ସାହିଦ ଅଲ୍ଲୀ, ତନୱାର ଅହମ୍ମଦ, ଶେଖ ରବାନୀ ଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।