ଯାଜପୁରରେ ଫାର୍ମାସିଷ୍ଟ ଓ ଟେକ୍ନିସିଆନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Straight to the Point

ଯାଜପୁର: ଚିକିତ୍ସା କ୍ଷେତ୍ର ସେବା ପାଇଁ ଊଦ୍ଦିଷ୍ଟ । ତେଣୁ ଏହି କ୍ଷେତ୍ରରେ ଯୋଗ ଦେଇଥିବା ପ୍ରତ୍ୟେକ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଳ୍ା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଲାବୋରେଟୋରୀ ଟେକ୍ନିସିଆନ ଓ ପାଂର୍ମାସିଷ୍ଟ ପଦବୀ ନିମନ୍ତେ ୧୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଆୟୁକ୍ତ ଶ୍ରୀ ମଲ୍ଲିକ ନିଯୁକ୍ତି ପତ୍ର ପ୍ରଦାନ ସହ ସଠିକ କାମ କରିବାକୁ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ନବ ନିଯୁକ୍ତଙ୍କୁ ସ୍ୱାଗତ କରି ନିଜର ସେବା ଓ ସାହାଯ୍ୟ ଦ୍ୱାରା ଜନସାଧାରଣଙ୍କ ସେବା କରିବା ଓ ସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବାକୁ ଆହ୍ୱାନ ଦେଇଥିଲେ ।

ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଜିଲ୍ଳ୍ା ଖଣିଜ ପ୍ରତିଷ୍ଠାନର ଟିମ୍ ଲିଡର ଡଃ କୁମାର ଶୁଭାଶିଷ, ଅନ୍ୟତମ ସଦସ୍ୟ ଇଂଜିନିୟର କମଳାକାନ୍ତ ସ୍ୱାଇଁ , ଇଂ. ଆଶିର୍ବାଦ ନାୟକ, ଇଂ. ଆଶିଷ ଦାସ, ସୁନିତ କୁମାର ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପାଂର୍ମାସିଷ୍ଟ ଭାବେ ମନସ୍ୱିନୀ ରଥ, ବବିତା ସାହୁ, ସଂଧ୍ୟାରାଣୀ ନାୟକ, ଇତିଶ୍ରୀ ରାୟ, ସୁଚିସ୍ମିତା ସିଂ ଓ ଲାବୋରେଟୋରୀ ଟେକ୍ନିସିଆନ ଭାବେ ରସ୍ମିତା ସିଂ, ଦେବାଶିଷ ରାଊତ, ସୋନାଲି ସୁଚିସ୍ମିତା ସାହୁ, ଶୁଭ୍ରଜ୍ୟୋତି ସ୍ୱାଇଁ ପ୍ରାଚୀ ପରମିତା ଜେନା ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ରାଜସ୍ୱ ଆୟୁକ୍ତ ଯାଜପୁର ଜିଲ୍ଳ୍ା ଗସ୍ତ ସମୟରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ଓ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟର ବିବିଧ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ସମୟରେ ଜିଲ୍ଳ୍ାପାଳ ଶ୍ରୀ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଅନ୍ୟାନ୍ୟ ସମସ୍ତ ଅଧିକାରୀ , କର୍ମଚାରୀ ପ୍ରମୁଖ ଊପସ୍ଥିତ ଥିଲେ ।

error: Thank You Keep Visiting