ଚେନ୍ନାଇ ରାଧା କମ୍ପାନୀର ସୁପରଭାଇଜର ମୃତ୍ୟୁକୁ ନେଇ ଉତ୍ତେଜନା

Straight to the Point

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ କାର୍ଯ୍ୟକରୁଥିବା ଚେନାଇ ରାଧା କମ୍ପାନୀର ସୁପରଭାଇଜର ବାବୁଲି ପଲେଇ (୪୭)ଙ୍କର ମୃତ୍ୟୁ ଘଟିଛି । ଏହି ଖବର କମ୍ପାନୀ କତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣଗୋଚର ନ କରିବାରୁ ଉତ୍ତେଜନା ଦେଖାଦେଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ସାହାର୍ଯ୍ୟ କରିବା ପରିବର୍ତ୍ତେ ମୋବାଇଲ ସୁଇଜ୍ ଅଫ୍ କରିଦେଇଥିଲେ । ଫଳରେ ଘଟଣା ଆହୁରି ସଙ୍ଗିନୀ ହୋଇଯାଇଥିଲା । ଘଟଣାରୁ ପ୍ରକାଶ ବାବୁଲି ପଲେଇ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଅଠରବାଙ୍କୀ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ଥାନୀୟ ଲୋକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ସୁଦ୍ଧା ଏଥିରେ କୌଣସି ସୁଧାର ନ ଆସିବାରୁ ବାବୁଲିଙ୍କ ଶବକୁ ରାଜ ରାସ୍ତାରେ ରଖି କ୍ଷତି ପୂରଣ ଦାବି କରିବା ସହ ପରିବାରରୁ କମ୍ପାନୀରେ ନିଯୁକ୍ତି ପାଇଁ ଦାବି କରିଥିଲେ । ଫଳରେ ରାଜରାସ୍ତା କିଛି ଘଣ୍ଟା ପାଇଁ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଏହାର ସମାଧାନ ହୋଇଥିଲା ଏବଂ ସ୍ୱାଭାବିକ ଭାବେ ଜାନାବାହାନ ଚଳାଚଳ ମଧ୍ୟ କରିଥିଲା । ଖବର ନେବାରୁ ଜଣାଯାଏ ଉକ୍ତ କମ୍ପାନୀ ସ୍ଥାନୀୟ ପିଲାଙ୍କୁ ପ୍ରାଧାନ୍ୟ ନଦେଇ ନିଜ ଅଞ୍ଚଳର ପିଲାଙ୍କୁ ଏଠାରେ ନିଯୁକ୍ତି ଦେବା କାହା ସ୍ୱାର୍ଥରେ ବୋଲି ସ୍ଥାନୀୟ କ୍ଷୋଭ ପ୍ରକାଶ କରିଥିଲେ ।

error: Thank You Keep Visiting