ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ସମାରୋହ
କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ରାଜନୀତିଜ୍ଞ,ତଥା ଦୈନିକ ଖବର କାଗଜ ‘ସମାଜ ‘ର ପୂର୍ବତନ ସମ୍ପାଦକ ଡଃ ରାଧାନାଥ ରଥ ଙ୍କର ଜୟନ୍ତୀ ଆଜି ସନ୍ଧ୍ୟା ୬.୧୫ମନିଟରେ କଟକ ସ୍ଥିତ ସାରସ୍ୱତ ପୀଠ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଜଷ୍ଟିସ ଡକ୍ଟର ଦୁର୍ଗାପ୍ରସନ୍ନ ଚୌଧୀର ଉଦ୍ଘାଟନ କରିଥିଲେ ।ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ପ୍ରିୟମ୍ବଦା ମହାନ୍ତି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ପାଇଁ ରଧାନାଥ ରଥଙ୍କ ଯୋଗଦାନ ଓ ସାମ୍ବାଦିକ ମାନବଙ୍କର ସମାଜ ଗଠନ କରିବା ନେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ସେ ବିଷୟରେ ଆଲୋଚନା କରିଥିଲେ ।ଡଃ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଅନନ୍ତ ସୂର୍ଯ୍ୟ ନାରାୟଣ ନାଇଡୁ ଏହି ଉତ୍ସବରେ ପୌରାହିତ୍ୟ କରିଥିଲେ ।
ଏହି ଚିର ସ୍ମରଣିୟ ଉତ୍ସବକୁ ଟ୍ରଷ୍ଟର ଉପାଧ୍ୟକ୍ଷ ଡଃ ସତ୍ୟ ରାୟ,ମନୋରଞ୍ଜନ ପଟ୍ଟନାୟକ,ରଞ୍ଜନ ମହାପାତ୍ର, ସଂଗଠନ ସମ୍ପାଦକ ଶ୍ରୀ ଦ୍ୱୀପାୟନ ପଟ୍ଟନାୟକ ଆଦି ପରିଚାଳନା କରିଥିଲେ ।ଶେଷରେ ବିଶିଷ୍ଟ ଜନସେବକ ଶ୍ରୀ କଂଗ୍ରେସ ଭାଇ (ଶ୍ରୀ ଭାଇ)ଙ୍କୁ ମର୍ଯ୍ୟାଦାପୁର୍ଣୄ ଡଃ ରାଧାନାଥ ରଥ ସେବା ସମ୍ମାନ ୨୦୧୮ପ୍ରଦାନ କରାଗଲା ।