ଆଦିବାସୀ ବିକାଶ ନାଆଁରେ ଘୋଟାଲାର ପର୍ଦ୍ଦାଫାଶ ପାଇଁ ଦାବୀ

Straight to the Point

ପଡିଆ (ପ୍ରମୋଦ ପଟ୍ଟନାୟକ) ମାଲକାନଗିରି ରାଜ୍ୟର ଉପାନ୍ତ ଅଂଚଳ ମାଲକାନଗିରି ଅନେକ ସମସ୍ୟା ଭିତରେ ଛନ୍ଦି ହୋଇପଡିଛି । ଗୋଟିଏ ପଟରେ ମାଓବାଦୀଙ୍କ ନାଲିଆଖି ତ ଅନ୍ୟ ପଟରେ ଆଖିବୁଜା ଘୋଟାଲା ଆଦିବାସୀ ବିଭାଗର ଜଣେ ଅଡିଟର ଆର୍ତବନ୍ଧୁ ରାଉତଙ୍କ ଠାରୁ ୭ଲକ୍ଷ ୨୯ହଜାର ଟଙ୍କା ଭିଜିଲାନ୍ସ ରେଡ୍ରେ ଜବତ ହେବା ପରେ ସରକାର ଦ୍ୱାରା ଆଦିବାସୀଙ୍କ ବିକାଶ ଏକ ଫମ୍ପା ଆବାଜ ବୋଲି ସ୍ଥାନୀୟ ଆଦିବାସୀ ନେତାମାନେ ପ୍ରତିକ୍ରୀୟା ରଖିଛନ୍ତି । ଜିଲ୍ଲା ଆଦିବାସୀ ସମାଜ ମାଓସଂଘ ପକ୍ଷରୁ ସଭାପତି ଘେନୁ ମୁଦୁଲି ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ଯେ ଆଦିବାସୀଙ୍କ ବିକାଶ ନାଆଁରେ ଅଫିସର ଓ ନେତା କୋଟି କୋଟି ଟଙ୍କା ହଡଫ କରୁଛନ୍ତି । ଫଳରେ ଆଦିବାସୀଙ୍କ ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୦ବର୍ଷରେ ବିକାଶ ବାବଦ କୋଟି କୋଟି ଟଙ୍କା ଅନୁଦାନ ଆତ୍ମସାତ ହେଉଥିବା ସ୍ପଷ୍ଟ ହୋଇଛି । ସ୍ୱତନ୍ତ୍ର ଅଡିଟ୍ ମାଧ୍ୟମରେ ବିନିଯୋଗର ତଦନ୍ତ କରାଯିବା ସହ ଭିଜିଲାନ୍ସ ରେଡରେ ବିପୁଳ ଟଙ୍କା ହଡଫ ଘଟଣାର କେଉଁମାନେ ସଂପୃକ୍ତ, କେଉଁମାନେ କାହିଁକି ଅଡିଟରଙ୍କୁ ଏତେ ଟଙ୍କା ଦେଲେ ତାହା ତଦନ୍ତ ପାଇଁ ସେମାନେ ଦାବୀ କରିଛନ୍ତି ।

error: Thank You Keep Visiting